ପିତାପାଲି ଛକରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ; ୨ ମୃତ, ୧ଗୁରୁତର

Published By : Prameya-News7 Bureau | August 11, 2018 IST

ଖୋର୍ଦ୍ଧା ୧୧/୮ : ଆଜି ଦିନ ପ୍ରାୟ ୨ ଟା ବେଳକୁ ଖୋର୍ଦ୍ଧା ଭୁବନେଶ୍ୱର ମଧ୍ୟବର୍ତ୍ତୀ ପିତାପାଲି ଛକରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଛି ଓ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି | ଭୁବନେଶ୍ୱରରୁ ବ୍ରହ୍ମପୁର ଆଡକୁ ଯାଉଥିବା ଏକ ଟ୍ରକ ଡିଭାଇଡର ଡେଇଁ ଅପାର ପାର୍ଶ୍ୱରୁ ଆସୁଥିବା ଆଉ ଏକ ଟ୍ରକ ଦେହରେ ପିଟି ହୋଇଯିବ ଯୋଗୁଁ ଏହି ଦୁର୍ଘଟଣା ଘଟିଛି | ଡିଭାଇଡର ଡେଇଁ ଥିବା ଟ୍ରକର ଡ୍ରାଇଭର ଓ ହେଲ୍ପରଙ୍କ ମୃତ୍ୟୁ ଘଟିଛି | ଏଥିରେ ଥିବା ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି | ଦୁର୍ଘଟଣା ବେଳେ ପ୍ରଚଣ୍ଡ ଶବ୍ଦ ହୋଇଥିଲା | ଜାତୀୟ ରାଜପଥରେ ଗାଡି ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା | ପୋଲିସ ଘଟଣାସ୍ଥଳରେ ପହଂଚି ଗ୍ୟାସ କଟର ସାହାଯ୍ୟରେ ଟ୍ରକକୁ କାଟି ମୃତଦେହ ଉଦ୍ଧାର କରିଥିଲା | ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି | ମୃତାହତଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.