ବିପରୀତ ଦିଗରୁ ଧକ୍କା ହୋଲେ ଦୁଇ ଟ୍ରକ୍‌, ଚାପି ହୋଇ ରହିଛନ୍ତି ଡ୍ରାଇଭର

Published By : Prameya-News7 Bureau | April 10, 2021 IST

ରାଇରଙ୍ଗପୁର, ୧୦/୪: ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାପିହୋଇ ରହିଛନ୍ତି ଡ୍ରାଇଭର । ଏଭଳି ଘଟଣା ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ମହୁଭଣ୍ଡାର  ଛକ ନିକଟରେ ଘଟିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଜାତୀୟ ରାଜପଥ ୪୯ର ମହୁଭଣ୍ଡାର ଛକ ନିକଟରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହୋଇଛନ୍ତି । ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା  ଗୋଟିଏ ଟ୍ରକ୍‌ ଏବଂ ଅନ୍ୟଦିଗରୁ ଆସୁଥିବା ଆଉ ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା । ପ୍ରଚଣ୍ଡ ଶବ୍ଦରେ ଆଖପାଖ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ ।

ତେବେ ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଜଣେ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନା ପଠା ଯାଇଥିଲା ବେଳେ ଅନ୍ୟଜଣେ ଡ୍ରାଇଭର ଟ୍ରକରେ ଚାପି ହୋଇ ରହିଛନ୍ତି । ଫଶି ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଉଦ୍ୟମ ଜାରି ରଖିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.