ଅସୁବିଧା ସମୟରେ ଛାଡିଦେଇଥିଲେ ପତ୍ନୀ, ହତାଶାରେ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ, ଏବେ ସେ ବଲିଉଡରେ ଏଷ୍ଟାବ୍ଲିଷ୍ଡ

Published By : Prameya-News7 Bureau | April 23, 2020 IST

ମୁମ୍ବାଇ ୨୩/୦୪ : ବଲିଉଡ ଇଣ୍ଡଷ୍ଟ୍ରିରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନଙ୍କ ଅଭିନୟ ଦକ୍ଷତା ୧୦୦ ପ୍ରତିଶତ | ଫିଲ୍ମରେ ଏମିତି କଳାକାରଙ୍କ ଅଭିନୟ ଦର୍ଶକଙ୍କ ମାନ କିଣିଥାଏ | ଏମିତି କଳାକାରଙ୍କ ଅଭିନୟକୁ ଦର୍ଶକ ବର୍ଷ ବର୍ଷ ଧରି ମନେ ରଖିଥାନ୍ତି | ଆଜିକାଲି ଦର୍ଶକଙ୍କୁ ବଡ ବଡ କଳାକାରଙ୍କ ଫିଲ୍ମ ପସନ୍ଦ ଆସୁନାହିଁ ବରଂ ଭଲ କାହାଣୀ ଉପରେ ଆଧାରିତ ଫିଲ୍ମ କିମ୍ବା ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ଦର୍ଶକ ଅଧିକ ପସନ୍ଦ କରୁଛନ୍ତି | ଏହିଭଳି କଳାକାରଙ୍କ ମଧ୍ୟରେ ଅଛନ୍ତି ମନୋଜ ବାଜପେୟୀ | 

{"id":258754,"width":585,"height":328,"sizeSlug":"large"}

ମନୋଜ ବାଜପେୟୀ ୧୯୬୯ ମସିହା ଏପ୍ରିଲ ୨୩ ତାରିଖରେ ବିହାରର ନରକଟିୟାଗଞ୍ଜରେ ଜନ୍ମ ହୋଇଥିଲେ | ରାଜା ହାଇସ୍କୁଲରୁ ସେ ନିଜର ସ୍କୁଲ ପାଠପଢା ଶେଷ କରିଥିଲେ | ଏହାପରେ ସେ ସତ୍ୟବତୀ କଲେଜ ପାଠ ସାରି ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ରାମଯଶ କଲେଜରୁ ସ୍ନାତକ କରିଥିଲେ | ଏହାପରେ ସେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାକୁ ଶିକ୍ଷା ଗ୍ରହଣ ପାଇଁ ଯାଇଥିଲେ କିନ୍ତୁ ତାଙ୍କୁ ୪ ଥର ଖାରଜ କରିଦିଆଯାଇଥିଲା | ଏହାପରେ ସେ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ | ସେତେବେଳେ ରଘୁବୀର ଯାଦବ ବେରି ଜନଙ୍କ ଆକ୍ଟିଙ୍ଗ ୱାର୍କସପ କରିବା ପାଇଁ ପରାମର୍ଶ ଦେଇଥିଲେ | 

ମନୋଜ ବାଜପେୟୀଙ୍କ ପତ୍ନୀ ନେହା ବାଜପେୟୀ | ସେ ମଧ୍ୟ ବଲିଉଡ ଇଣ୍ଡଷ୍ଟ୍ରି ସହିତ ଜଡିତ | ନେହାଙ୍କ ପ୍ରକୃତ ନାଁ ଶବାନା ରଜା | ବଲିଉଡ ଇଣ୍ଡଷ୍ଟ୍ରିକୁ ଆସିବା ପରେ ସେ ନିଜ ନାଁ ବଦଳାଇ ଦେଇଥିଲେ | ନେହା ବବି ଦେଓଲଙ୍କ ଫିଲ୍ମ 'କରୀବ'ରେ ନିଜର ଡେବ୍ୟୁ କରିଥିଲେ | 

{"id":258756,"sizeSlug":"large"}

ମନୋଜ ନିଜ ସଂଘର୍ଷ ସମୟରେ ଦିଲ୍ଲୀର ଜଣେ ଯୁବତୀଙ୍କୁ ବିବାହ କରିଥିଲେ | କିନ୍ତୁ ଉଭୟଙ୍କ ବିବାହ ଅଧିକ ସମୟ ତିଷ୍ଠି ନଥିଲା | ମନୋଜ ଓ ତାଙ୍କ ପତ୍ନୀ ବିବାହର ୨ ମାସ ପରେ ଅଲଗା ହୋଇଯାଇଥିଲେ | ମନୋଜଙ୍କ ସଂଘର୍ଷ ଯୋଗୁଁ ତାଙ୍କ ପତ୍ନୀ ତାଙ୍କୁ ଛାଡି ଦେଇଥିବା ଶୁଣିବାକୁ ମିଳେ |

ନେହାଙ୍କ ସହିତ ମନୋଜ ବାଜପେୟୀଙ୍କ ପ୍ରଥମ ସାକ୍ଷାତ ଫିଲ୍ମ 'କରୀବ' ସୁଟିଙ୍ଗ ସମୟରେ ହୋଇଥିଲା | ନେହାଙ୍କ ଫିଲ୍ମ 'କରୀବ' ଏବଂ ମନୋଜଙ୍କ ଫିଲ୍ମ 'ସତ୍ୟା' ଏକାସଙ୍ଗେ ରିଲିଜ ହୋଇଥିଲା | ମନୋଜ ବାଜପେୟୀ ନିଜ ଅଭିନୟ ଛୋଟ ପରଦାରୁ ଆରମ୍ଭ କରିଥିଲେ | ଦୂରଦର୍ଶନରେ ପ୍ରସାରିତ ହେଉଥିବା ଧାରାବାହିକ 'ସ୍ୱାଭିମାନ'ରୁ ସେ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ | ଶେଖର କପୁର ତାଙ୍କୁ ପ୍ରଥମେ ମଉକା ଦେଇଥିଲେ | ୧୯୯୪ ମସିହାରେ ଶେଖର କପୁରଙ୍କ ଫିଲ୍ମ 'ବେଣ୍ଡିଟ କ୍ୱିନ'ରୁ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ | କିନ୍ତୁ ୧୯୯୮ ମସିହାରେ ରାମଗୋପାଳଙ୍କ ଫିଲ୍ମ 'ସତ୍ୟା' ତାଙ୍କୁ ଲୋକପ୍ରିୟ କରିଥିଲା | 

{"id":258757,"sizeSlug":"large"}

ଫିଲ୍ମ 'ସତ୍ୟା' ଓ 'ଶୂଲ' ପାଇଁ ମନୋଜ ବାଜପେୟୀଙ୍କୁ ଫିଲ୍ମଫେୟାରରେ ସର୍ବଶ୍ରେଷ୍ଠ କଳାକାର ଆୱାର୍ଡ ମିଳିଥିଲା | ଫିଲ୍ମ 'ପିଞ୍ଜର'ରେ ଜବରଦସ୍ତ ଅଭିନୟ ପାଇଁ ତାଙ୍କୁ ନ୍ୟାସନାଲ ଫିଲ୍ମ ଆୱାର୍ଡ ମିଳିଥିଲା | ମନୋଜଙ୍କ ଅଭିନୟର ବିଶେଷତ୍ୱ ହେଲା ସେ ସମ୍ପୂର୍ଣ୍ଣ ଭାବେ ଅଭିନୟ ସହ ଜଡିତ ହୋଇ ତାକୁ ବାସ୍ତବିକ ଜୀବନ ସହ ଜଡିତ କରିବାକୁ ଚେଷ୍ଟା କରିଥାନ୍ତି | ଯେଉଁଥିପାଇଁ ତାଙ୍କ ଅଭିନୟ ଅଭିନୟ ଭଳି ପ୍ରତୀତ ହୋଇନଥାଏ ବରଂ ସତ୍ୟ ଘଟଣା ଭଳି ଜଣାପଡ଼ିଥାଏ | 'ସତ୍ୟା', 'ଶୂଲ', 'ସ୍ପେସିଆଲ ୨୬', 'ଗେଂଗ୍ସ ଅଫ ୱାସେପୁର', 'ରାଜନୀତି' ଭଳି ଫିଲ୍ମରେ ସେ ନିଜର ଜବରଦସ୍ତ ଅଭିନୟ ଦକ୍ଷତା ପ୍ରଦର୍ଶନ କରିଥିଲେ | ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ପ୍ରଶଂସା କରିବା ସହ ବର୍ଷ ବର୍ଷ ଧରି ମନେ ରଖିଥାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.