୨୦୦୦ ହଜାର ଲିଟର କିରୋସିନ୍ ଜବତ, ଜଣେ ଗିରଫ
4/12/2020 at 9:04 AM

କରଞ୍ଜିଆ୪/୧୨: ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ୨ ହଜାର ଲିଟର କିରୋସିନ୍ ଜବତ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଚଢ଼େଇଭୋଳ ନିକଟରେ ଏହି ଜବତ ହୋଇଛି। ମିଳିଥିବା ସୂଚନା ଅନୁସାରେ ଏକ ପିକଅପ୍ ଭ୍ୟାନ୍ ଗାଡିରେ ବେଆଇନ କିରୋସିନ୍ ଚୋରା ଚାଲାଣ ଚାଲିଥିଲା।

କରଞ୍ଜିଆ ପୋଲିସ ଏହି ଘଟଣା ସଂପର୍କରେ ଜାଣିବା ପରେ ୨ ହଜାର ଲିଟର କିରୋସିନ୍ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ସିଲଦା ଗ୍ରାମର ବିଶ୍ଵନାଥ ସେଠି ।
Related Posts
ଝାରସୁଗୁଡାରେ ଟୋକନ ସମସ୍ୟାକୁ ନେଇ ତାତିଲେ ଚାଷୀ, ଅବରୋଧ କଲେ ଜାତୀୟ ରାଜପଥ
25 January 2021
ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
25 January 2021