ପୋଲିସ ହାତରେ ଧରାପଡିଲେ ମୋବାଇଲ ଚୋର, ୨୨ଟି ଚୋରା ମୋବାଇଲ ଜବତ

Published By : Prameya-News7 Bureau | February 23, 2021 IST

ଭଦ୍ରକ୨୩/୨: ପୋଲିସ ହାତରେ ଧରାପଡିଲେ ୨ ଜଣ ମୋବାଇଲ ଚୋର। ଗିରଫ ପରେ ଅଭିଯୁକ୍ତଙ୍କ ନିକଟରୁ ୨୨ଟି ଚୋରା ମୋବାଇଲ ଜବତ ହୋଇଛି। ଭଦ୍ରକ ଟାଉନ ପୋଲିସର ବହୁ ଛାନ୍‌ଭିନ୍ ପରେ ୨ ଅଭିଯୁକ୍ତ ଧରା ପଡିଛନ୍ତି। ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ଜନୈକ ଛାତ୍ରୀଙ୍କ ସାଇକେଲ ଡାଲାରୁ ଦୁର୍ବୃତ୍ତମାନେ ମୋବାଇଲ ଚୋରି କରି ନେଇଥିଲେ। ଏ ନେଇ ଛାତ୍ରୀ ଜଣଙ୍କ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏହି ଘଟଣା ପରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଖୋଳତାଡ ଆରମ୍ଭ କରିଥିଲା। ପରେ ଭଦ୍ରକ ସହରର ଗୋଶାଳା ଛକ ନିକଟରେ ଏହି ଦୁଇ ଲୁଟେରାଙ୍କୁ କାବୁ କରିଥିଲା  ପୋଲିସ। ଚୋରୀ ବ୍ୟବହୃତ ବାଇକ୍‌କୁ ମଧ୍ୟ ପୋଲିସ ଜବତ କରିଛି। ଏପରି କି ୨୨ଟି ଚୋରା ମୋବାଇଲ ଜବତ ହୋଇଛି । ଗିରଫ ଅଭିଯୁକ୍ତ ହେଲେ ମନୁ ଶର୍ମା ଓ ମଳୟ ଦାସ। ଏହି ଦୁଇ ଚୋର ବିଭିନ୍ନ ସ୍ଥାନକୁ ବାଇକରେ ଯାଉଥିଲେ। ସେଠାରୁ ମୋବାଇଲ ଚୋରୀ ଫେରାର ହୋଇଯାଉଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.