ବ୍ରହ୍ମପୁର ଟାଉନ୍ ପୁଲିସ୍ ପକ୍ଷରୁ ଦୁଇ ଜଣ ଲୁଟେରା ଓ ଚୋର ଗିରଫ
Published By : Prameya-News7 Bureau | November 29, 2018 IST
ଗଞ୍ଜାମ ୨୯/୧୧: ବ୍ରହ୍ମପୁର ଟାଉନ୍ ପୁଲିସ୍ ପକ୍ଷରୁ ଦୁଇ ଜଣ ଲୁଟେରା ଓ ଚୋର ଗିରଫ ହୋଇଛନ୍ତି। ମୋବାଇଲ୍ ଲୁଟେରା ଅଭେଲା ଶେଖର ଏବଂ ସୁନା ଚୋରି କରିଥିବା ଚୋର ଅଜିତ୍ କୁମାର ସାହୁ ଗିରଫ ହୋଇଛନ୍ତି।
ମୋବାଇଲ୍ ଲୁଟେରା ଠାରୁ ଗୋଟିଏ ମୋବାଇଲ୍ ଏବଂ ଚୋର ଠାରୁ ୨୮ ଗ୍ରାମର ଦୁଇଟି ସୁନା ଚେନ୍ ଜବତ କରିଥିବା ସୂଚନା ଦେଲେ ବ୍ରହ୍ମପୁର ଡି ଏସ୍ ପି ଶାନ୍ତା ନୂତନ।