ପଞ୍ଜାବକୁ ଡେଇଁଲା କରୋନା ଭାଇରସ୍ : ଅମୃତସରରେ ଦୁଇଜଣଙ୍କ ରକ୍ତ ନମୁନା ପଜିଟିଭ
7/03/2020 at 3:27 PM

ଅମୃତସର ୭/୩: ପଞ୍ଜାବର ଅମୃତସରରେ କରୋନା ଭାଇରସ ସଂକ୍ରମିତ ଦୁଇଜଣ ସଂକ୍ରମିତ ଠାବ ହୋଇଛନ୍ତି। ଏହିଭଳି ଦିଲ୍ଲୀ,ତେଲେଙ୍ଗାନା ପରେ ଭାରତର ଆଉ ଏକ ରାଜ୍ୟରେ କରୋନା ଭାଇରସ ପ୍ରବେଶ କରିଛି। ଦିଲ୍ଲୀରେ ହୋଇଥିବା ଏହି ଟେଷ୍ଟରେ ଦୁଇ ଜଣ ଯୁବକ ଟେଷ୍ଟ ପଜିଟିଭ ଆସିଛି। ଏମାନେ ୩ତାରିଖରେ ଦିଲ୍ଲୀରୁ ଫ୍ଲାଇଟ୍ ଯୋଗେ ଏଠାକୁ ଆସିଥିଲେ। ଏମାନଙ୍କୁ ଏୟାରପୋର୍ଟରୁ ସିଧାସଳଖ ଅମୃତସରର ହସ୍ପିଟାଲରେ ଭର୍ତି କରାଯାଇଥିଲା। ଦୁଇ ଯୁବକ ଇଟାଲୀରୁ ଭାରତ ପହଞ୍ଚିଥିଲେ।
କରୋନା ଭାଇରସ ସଂକ୍ରମିତ ଦୁଇ ଯୁବକ ହୋଶିୟାରପୁରରେ ରୁହନ୍ତି। ଦିଲ୍ଲୀର ଲ୍ୟାବରେ ଏମାନଙ୍କ ବ୍ଲଡ ସାମ୍ପଲ୍ ଯାଞ୍ଚ ପାଇଁ ପଠାଯାଇଥିଲା। ଏଠାରୁ ଏମାନଙ୍କ ରିପୋର୍ଟ ପଜିଟିଭ ଆସିଛି। ଏବେ ଏମାନଙ୍କ ସାମ୍ପଲ୍ ପୁଣେ ପଠାଯାଇଛି।
ଏବେ ସୁଦ୍ଧା ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୩୧ଥିଲା,କିନ୍ତୁ ପଞ୍ଜାବରେ ଦୁଇ ଜଣଙ୍କ ବିଷୟରେ ଜଣା ପଡ଼ିବାରୁ ପୀଡ଼ିତଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି।