ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ, ଜଣେ ଯବାନ ସହିଦ

Published By : Prameya-News7 Bureau | December 15, 2018 IST

ଜମ୍ମୁକାଶ୍ମୀର ୧୫|୧୨: ଜମ୍ମୁକାଶୀରରରେ ସୁରକ୍ଷାକର୍ମୀଙ୍କୁ ପୁଣି ଥରେ ସଫଳତା ମିଳିଛି । ପୁଲଓ୍ବାମା ଜିଲ୍ଲା ଖରପୁରା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାସହ ଆତଙ୍କବାଦୀଙ୍କ ପାଲଟା ଆକ୍ରମଣରେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇପାରିନାହିଁ । ମିଳିଥିବା ସୂଚନା ଅନୁସାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜବୁଲ ଆତଙ୍କୀ ସଂଗଠନର କମାଣ୍ଡରଙ୍କ ଲୋହୁ ଠୋକରଙ୍କ ମୃତ୍ୟୁ ହୋଇଛି । ଲୋହୁ ଠୋକର ୧୭୩ ଟେରିଟୋରିଆଲ ଆର୍ମିର ସଦସ୍ୟ ଥିଲା । ୨୦୧୬ରେ ସର୍ଭିସ୍  ରାଇଫଲ ନେଇ ଫେରାର ହୋଇ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଯାଇଥିଲା। ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି । ସେହି ଅଞ୍ଚଳରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଗତ ସପ୍ତାହରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଚଳିତବର୍ଷ ଏପରି ୨୩୫ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.