ଜମ୍ମୁକଶ୍ମୀର ବଡଗାମ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଆତଙ୍କୀ ନିହତ

Published By : Prameya-News7 Bureau | March 29, 2019 IST

ଶ୍ରୀନଗର ୨୯|୩ :  ଜମ୍ମୁ କଶ୍ମୀରର ବଡଗାମ ଜିଲ୍ଲାରେ  ସୁରକ୍ଷାବାହିନୀର  ଏନକାଉଣ୍ଟର । ଏନକାଉଣ୍ଟରେ ୨ଜଣ ଆତଙ୍କବାଦୀଙ୍କର ମୃତ ହୋଇଛି । ଜିଲ୍ଲାର ସୁତସୁ ଗାଁ ନିକଟ ଜଙ୍ଗଲରେ ଆତଙ୍କବାଦୀ ଲୁଚି ରହିବା ନେଇ ସୁରକ୍ଷାବାହିନୀର ଯବାନମାନଙ୍କୁ ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ମିଳିଥିଲା । ଏହା ପରେ ସୁରକ୍ଷାବାହିନୀର ଯବାନମାନେ ଘଟଣାସ୍ଥଳରେ ପହଂଚି ଏନକାଉଣ୍ଟର କରିଥିଲେ । ସେହି ଅଞ୍ଚଳରେ  ଆହୁରି ୨ ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରୁଛି । ଏନକାଉଣ୍ଟରେ  ୪ ଜଣ  ଯବାନ ଆହତ ହୋଇଥିବା ଜଣାପଡିଛି । ଗତକାଲି ସୋପିଆ ଜିଲ୍ଲାରେ ସୁରକ୍ଷାବାହିନୀ ଗୁଳିରେ  ୩ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.