Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ପୁଲଓ୍ବାମା ଏନକାଉଣ୍ଟରରେ ୨ଆତଙ୍କବାଦୀ ନିହତ : ସର୍ଚ୍ଚ ଅପରେସନ ଜାରି

10/10/2020 at 5:26 PM

ପୁଲଓ୍ବାମା ୧୦/୧୦: ଜାମ୍ମୁ-କାଶ୍ମୀରର ପୁଲଓ୍ବାମାର କଙ୍ଗନ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଯାଇଛି। ୫୫ ରାଜପୁତାନା ରାଇଫଲ୍ସର ନେତୃତ୍ବରେ ଆତଙ୍କବାଦୀଙ୍କ ବିରୋଧରେ ଏହି ଏନକାଉଣ୍ଟର ଚାଲିଛି। ଏହି ଏନକାଉଣ୍ଟରରେ ମଧ୍ୟ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆଜି ଦିନ​ରେ ୨ଟି ଅଲଗା ଅଲଗା ଏନକାଉଣ୍ଟରରେ ୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

କଙ୍ଗନ ଅଞ୍ଚଳରେ ଆତଙ୍କବାଦୀ ଥିବାର ସୂଚନା ମିଳିବା ମାତ୍ରେ ପୂରା ଅଞ୍ଚଳକୁ ଘେରାଉ କରାଯାଇଥିଲା। ଏହି ଅପରେସନରେ ୫୫ରାଜପୁତାନା ରାଇଫଲ୍ସ ସହ ଜାମ୍ମୁ-କାଶ୍ମୀର ପୋଲିସ୍ ଏବଂ ସିଆରପିଏଫ ମଧ୍ୟ ସାମିଲ ରହିଛି। ଏହି ଏନକାଉଣ୍ଟରରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ପରିଚୟ ଏଯାଏଁ ମିଳିନାହିଁ। ତାଙ୍କ ନିକଟରୁ ଅନେକ ଅସ୍ତ୍ର ଜବତ ହୋଇଛି ଯେଉଁଥିରେ ୨ଟି ଏକେ ୪୭ରାଇଫଲ୍ ମଧ୍ୟ ସାମିଲ ରହିଛି। ସର୍ଚ୍ଚ ଅପରେସନ୍ ଜାରି ରହିଛି।

ଏହା ପୂର୍ବରୁ କେନ୍ଦ୍ର ଶାସିତ ଅଞ୍ଚଳରେ ସୁରକ୍ଷାକର୍ମୀ ଆଜି ସକାଳେ କୁଲଗାମ ଜିଲ୍ଲାର ଚିନିଗାମ ଅଞ୍ଚଳରେ ୨ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ଚିନିଗାମ ଅଞ୍ଚଳରେ ୨/୩ଜଣ ଆତଙ୍କବାଦୀ ଲୁଚିଥିବାର ସୂଚନା ମିଳିଥିଲା। ଏହା ପରେ ପୋଲିସ୍ ଏବଂ ସୁରକ୍ଷାକର୍ମୀମାନେ ମିଳିତଭାବେ ଆତଙ୍କବାଦୀଙ୍କୁ ଚାରିପଟୁ ଘେରାଉ କରି ୨ଜଣଙ୍କୁ ମାରି ଥିଲେ।

   Related Posts