Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କାଶ୍ମୀର ତ୍ରାଲ ଅଂଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ : ସର୍ଚ୍ଚ ଅପରେସନ ଜାରି

5/03/2019 at 11:26 AM

କାଶ୍ମୀର ୫/୩ : ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ ଅଂଚଳରେ ସୁରକ୍ଷାକର୍ମୀ ଆଜି ୨ଟି ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି | ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି | ଗତକାଲି ସନ୍ଧ୍ୟାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା | କିନ୍ତୁ କିଛି ସମୟ ପରେ ଉଭୟ ପକ୍ଷରୁ ଫାଇରିଙ୍ଗ ବନ୍ଦ ହୋଇଯାଇଥିଲା |


ଏକ ଘରେ ୩ ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାକର୍ମୀ ସୂଚନା ପାଇଥିଲେ | ଏହାପରେ ସୁରକ୍ଷାକର୍ମୀ ଘରଟିକୁ ଚାରିପଟୁ ଘେରି ଯାଇଥିଲେ | ଏବେ ପର୍ଯ୍ୟନ୍ତ ଆଉ ଜଣେ ଆତଙ୍କବାଦୀ ଲୁଚି ରହିଛି |


ସୂଚନାଯୋଗ୍ୟ ଯେ, ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ତ୍ରାଲର ମିର ମୋହାଲ୍ଲାରେ ୪୨ ରାଷ୍ଟ୍ରୀୟ ରାଇଫଲସ, ୧୮୦ ବାଟାଲିଅନ ସିଆରପିଏଫ ତଥା ଏସଓଜି ଘେରାବନ୍ଦୀ କରିଥିଲେ | ଶକ୍ତ ଘେରାବନ୍ଦୀ ଦେଖି ଘରେ ଲୁଚି ରହିଥିବା ଆତଙ୍କବାଦୀ ଗୁଳି ଚଳାଇବା ଆରମ୍ଭ କରିଥିଲେ |


ଏହାପରେ ଉଭୟ ପକ୍ଷରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା | ଆତଙ୍କବାଦୀଙ୍କୁ ଘେରିବା ପାଇଁ ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ଦ୍ୱାର ସିଲ କରିଦେଇଥିଲେ ବୋଲି କହିଛନ୍ତି ଅବନ୍ତୀପୁରା ଏସଏସପି ସଲିମ ତାହିର | ସମସ୍ତ ରାସ୍ତା ସିଲ କରି ତଲାସୀ ଅଭିଯାନ ଆରମ୍ଭ କରିଥିଲେ ବାଟାଲିଅନ | ଏନକାଉଣ୍ଟର ସୂଚନା ମିଳିବା ପରେ ଅନେକ ସ୍ଥାନୀୟ ଲୋକ ରାସ୍ତାକୁ ଓହ୍ଲାଇ ବିରୋଧ କରିଥିଲେ |

   Related Posts