Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଫେଲ୍ ମାରିଲା ଆତଙ୍କବାଦୀଙ୍କ ବଡ ଷଡଯନ୍ତ୍ର, ଦିଲ୍ଲୀକୁ ବିସ୍ଫୋରଣରେ ଉଡାଇବା ପାଇଁ କରିଥିଲେ ଯୋଜନା, ୨ ଆତଙ୍କୀ ଗିରଫ

17/11/2020 at 9:23 AM

ନୂଆଦିଲ୍ଲୀ,୧୭|୧୧: ରାଷ୍ଟ୍ରୀୟ ରାଜଧାନୀ  ଦିଲ୍ଲୀକୁ ବିସ୍ଫୋରଣରେ ଉଡାଇବା ପାଇଁ ହୋଇଥିବା ଏକ ବଡ ଧରଣର ଷଡଯନ୍ତ୍ର ଫେଲ୍ ମାରିଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦୁଇଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏହି ଦୁଇ ଆତଙ୍କବାଦୀ ଜୈଶ-ଏ-ଅହମ୍ମଦ ସହ ଜଡିତ ।

କୁହାଯାଉଛି ଯେ, ଏହି ଦୁଇ ଆତଙ୍କବାଦୀ ଦିଲ୍ଲୀରେ ବଡ ଧରଣର ଆକ୍ରମଣ କରିଥାନ୍ତେ । ବଡ ଧରଣର ବୋମା ବିସ୍ଫୋରଣ ମଧ୍ୟ କରିଥାନ୍ତେ ବୋଲି ସୂଚନା ମିଳିଛି ।

ଏହି ଦୁଇ ଆତଙ୍କବାଦୀ ଦିଲ୍ଲୀରେ ଲୁଚି ରହିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଏହାପରେ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ସୋମବାର ରାତି ୧୦ଟା ୧୫ରେ ଏହି ଦୁଇ ଆତଙ୍କବାଦୀଙ୍କୁ ସରାୟକାଲେ ଖାଁର ମିଲିନିୟମ ପାର୍କରେ ଗିରଫ କରାଯାଇଥିଲା । ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି ।

ପୋଲିସର କହିବାନୁସାରେ, ଏହି ଆତଙ୍କବାଦୀ ଦ୍ୱୟ ଜମ୍ମୁ-କାଶ୍ମୀରର ବାରମୂଳା ଜିଲ୍ଲାର ସାପୋରରେ ରହୁଥିବା ଅବ୍ଦୁଲ ଲତିଫ ଓ କୁପଓ୍ୱାଡା ଜିଲ୍ଲାର  ଅଶରଫ ଖାତାନା । ସେମାନଙ୍କପାଖରୁ ସେମି ଅଟୋମେଟିକ୍ ପିସ୍ତଲ, ୧୦ଟି କାରତୁସ ଜବତ ହୋଇଛି ।

   Related Posts