ବଡଗାଓଁରେ ଏନ୍‌କାଉଣ୍ଟର ; ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଲସ୍କର-ଏ-ତୋଇବା ଆତଙ୍କବାଦୀ ନିହତ

Published By : Prameya-News7 Bureau | February 13, 2019 IST

କାଶ୍ମୀର ୧୩|୨: କେନ୍ଦ୍ରୀୟ କାଶ୍ମୀରର ବଡଗାଓଁରେ ଲସ୍କର-ଏ-ତୋଇବାର ଟପ୍ କମାଣ୍ଡର ଅବୁ ମାଜ ଏବଂ ତାର ସହଯୋଗୀର ମୃତ୍ୟୁ ହୋଇଛି।  ନିରାପତ୍ତାରକ୍ଷୀଙ୍କ ସହ ଗୁଳିବିନିମୟ ବେଳେ ଏହି ଦୁଇ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ବ୍ୟାପକ ଗୁଳିଗୋଳା ଜବତ ହୋଇଛି। ବଡ଼ଗାଓଁରେ ଆଠଜଣ ଆତଙ୍କବାଦୀ ଲୁଚିଥିବା ନେଇ ସୁରକ୍ଷା କର୍ମୀ ଖବର ପାଇବା ପରେ ସର୍ଚ୍ଚ ଅପରେସନ୍  ଆରମ୍ଭ କରିଥିଲେ । ମଙ୍ଗଳବାର ବିଳମ୍ବିତ ରାତିରୁ ଏହି ସର୍ଚ୍ଚ ଅପରେସନ୍  ଆରମ୍ଭ ହୋଇଥିଲା । ଏମାନଙ୍କୁ ଧରିବାକୁ ତଲାସ ଅଭିଯାନ ଚାଲିଥିବା ବେଳେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଅନ୍ୟମାନଙ୍କୁ ଧରିବାକୁ ଅପରେସନ୍ ଜାରି ରହିଛି । ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.