ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୨ୟ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜେପି ପକ୍ଷରୁ ରକ୍ତଦାନ ଶିବିର

Published By : Prameya-News7 Bureau | May 30, 2021 IST

ନୀଳଗିରି ୩୦/୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ନୀଳଗିରି ବିଜେପି ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ନୀଳଗିରି ଉପଖଣ୍ଡ ହସ୍ପିଟାଲ ପରିସରରେ ଥିବା ରକ୍ତଭଣ୍ଡାରରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ସ୍ଥାନୀୟ ବିଜେପି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଉଦଘାଟନ କରିଥିଲେ ।

ମୁଖ୍ୟଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଯୋଗଦେଇ ରକ୍ତଦାତାଙ୍କୁ ଭେଟି ଏଭଳି ମହତ କାମ କରିଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଥିଲେ । କୋଭିଡ କଟକଣା ଭିତରେ କୋଭିଡ ଟେଷ୍ଟ କରିବା ପରେ ରକ୍ତଦାନ କରାଯାଇଥିଲା । ମୋଟ ୩୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ଶିବିରରେ ବିଜେପି ନେତା ତାପଶ ମହାନ୍ତି, ରାଜୀବ ଦାସବାବୁ, ବିନୋଦ ମହାନ୍ତି, ନମା ସିଂ, ସୁରଥ ସିଂ, ରାଜ କୁମାର ସିଂ, ବେହେରା, ବଳରାମ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.