Wednesday, June 19, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହୋଲି ପୂର୍ବରୁ ୨ ହିନ୍ଦୁ ନାବାଳିକାଙ୍କୁ ଅପହରଣ କରି ଜୋର ଜବରଦସ୍ତ ମୁସଲମାନ ଧର୍ମକୁ ପରିବର୍ତ୍ତନ: ରିପୋର୍ଟ ମାଗିଲେ ସୁଷମା

ଦିଲ୍ଲୀ ୨୪/୩ : ହୋଲିର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନରେ ୨ ହିନ୍ଦୁ ନାବାଳିକାଙ୍କୁ ଅପହରଣ କରି ଜୋର ଜବରଦସ୍ତ ଧର୍ମ ପରିବର୍ତ୍ତନ କରି ମୁସଲମାନ କରାଯାଇଛି | ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏହି ମାମଲାରେ ପାକିସ୍ତାନରେ ଥିବା ଭାରତୀୟ ହାଇ କମିଶନରଙ୍କୁ ରିପୋର୍ଟ ମାଗିଛନ୍ତି | ପାକିସ୍ତାନ ସରକାର ସୁଷମା ସ୍ୱରାଜଙ୍କ ଟ୍ୱିଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି |


ଘଟଣା ସିନ୍ଧୁର ଘୋଟକି ଜିଲ୍ଲାର ଢର୍କି ଟାଉନ ଅଂଚଳର | ଘଟଣାକୁ ନେଇ ହିନ୍ଦୁ ସମ୍ପ୍ରଦାୟ ବିରୋଧ ପ୍ରଦର୍ଶନ କରିଛନ୍ତି | ଅଭିଯୁକ୍ତଙ୍କ ବିରୋଧ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ହିନ୍ଦୁ ସମ୍ପ୍ରଦାୟ |


ପାକିସ୍ତାନର ହିନ୍ଦୁ ସେବା ୱେଲଫେୟାର ଟ୍ରଷ୍ଟର ଅଧ୍ୟକ୍ଷ ସଂଜେସ ଧଂଜା କହିଛନ୍ତି ଯେ, ୧୩ ବର୍ଷର ରବିନା ଏବଂ ୧୫ ବର୍ଷର ରୀନାଙ୍କୁ ଅପହରଣ କରାଯାଇ ଜୋର ଜବରଦସ୍ତି ମୁସଲମାନ ଧର୍ମରେ ପରିବର୍ତ୍ତନ କରାଯାଇଛି | ସେ କହିଛନ୍ତି ଯେ, ବିରୋଧ ପ୍ରଦର୍ଶନ କରାଯିବା ପରେ ପୋଲିସ ମାମଲା ରୁଜ୍ଜୁ କରିଛି | ଅପରପକ୍ଷରେ ସୁଷମା ସ୍ୱରାଜଙ୍କ ଟ୍ୱିଟ ପରେ ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଫଵାଦ ହୁସେନ ଆପତ୍ତି ଦର୍ଶାଇଛନ୍ତି |


ଜବାବରେ ସେ କହିଛନ୍ତି ଯେ, ଏହା ପାକିସ୍ତାନର ଅତିରିକ୍ତ ମାମଲା | ମୋଦିଙ୍କ ଭାରତ ଭଳି ପାକିସ୍ତାନରେ ସଂଖ୍ୟା ଲଘୁ ଗୋଷ୍ଠୀଙ୍କୁ ଚାପି ରଖାଯାଉନାହିଁ | ଏହା ଇମ୍ରାନ ଖାନଙ୍କ ନୂଆ ପାକିସ୍ତାନ ବୋଲି କହିଛନ୍ତି ଫଵାଦ ହୁସେନ | ସୁଷମାଙ୍କୁ ନିଶ୍ଚିନ୍ତ ହୋଇ ରହିବାକୁ କହିଛନ୍ତି ହୁସେନ | ସେ ଆହୁରି କହିଛନ୍ତି ଯେ, ଭାରତରେ ମଧ୍ୟ ସଂଖ୍ୟା ଲଘୁ ଗୋଷ୍ଠୀଙ୍କ ଅଧିକାର ପାଇଁ ସେ ଏହିଭଳି ଆଗକୁ ଆସି ଲଢନ୍ତୁ ବୋଲି କହିଛନ୍ତି ହୁସେନ |

ସୂଚନାଯୋଗ୍ୟ ଯେ, ପାକିସ୍ତାନରେ ୭୫ ଲକ୍ଷ ହିନ୍ଦୁ ରହୁଛନ୍ତି | କିନ୍ତୁ ହିନ୍ଦୁ ସମ୍ପ୍ରଦାୟ ଅନୁସାରେ ପାକିସ୍ତାନରେ ୯୦ ଲକ୍ଷରୁ ଅଧିକ ହିନ୍ଦୁ ଅଛନ୍ତି | ପାକିସ୍ତାନର ଅଧିକାଂଶ ଜନସଂଖ୍ୟା ସିନ୍ଧୁ ଉପତ୍ୟକା ପ୍ରାନ୍ତରେ ବସବାସ କରୁଛି | ସେଠାରେ ସେମାନେ ନିଜ ମୁସଲମାନ ବନ୍ଧୁମାନଙ୍କ ସହ ସଂସ୍କୃତି, ପରମ୍ପରା ଏବଂ ଭାଷା ସହିତ ଜଡିତ |

151 Views

   ସମ୍ବନ୍ଧିତ ଖବର