ସ୍କୁଲରେ ଛାତ୍ରଙ୍କୁ ଯୌନ ନିର୍ଯାତନା: ୨ ଜଣ ସରକାରୀ ଶିକ୍ଷକଙ୍କୁ ନିଲମ୍ବିତ କଲେ ଜିଲ୍ଲା ଶିକ୍ଷା ଅଧିକାରୀ

Published By : Prameya-News7 Bureau | October 10, 2020 IST

ବଲାଙ୍ଗୀର୧୦/୧୦: ବାଲାଙ୍ଗୀର ତୁଷରା ରୋୟାଲ୍ ଇଣ୍ଟର ନ୍ୟାସନାଲ ସ୍କୁଲ ହଷ୍ଟେଲରେ ଜଣେ ଛାତ୍ର ଅନ୍ୟଜଣେ ଛାତ୍ରଙ୍କୁ ଯୌନ ନିର୍ଯାତନା ଘଟଣାରେ ସ୍କୁଲରେ ଟ୍ରଷ୍ଟିଥିବା ଗୁଡଭେଲା ବୁଗୁଡ଼ ସ୍କୁଲର ଦୁଇ ସରକାରୀ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ l କିଛିଦିନ ତଳେ ଆଉ ଦୁଇ ଶିକ୍ଷକଙ୍କୁ ମଧ୍ୟ ବେସରକାରୀ ସ୍କୁଲରେ ସଂପୃକ୍ତି ନେଇ ନିଲମ୍ବିତ ହୋଇଥିଲେ l ଏହି ଘଟଣାରେ ମୋଟ ଚାରି ଜଣ ଶିକ୍ଷକ ନିଲମ୍ବିତ ହୋଇଛନ୍ତି l

ନିଲମ୍ବିତ ଦୁଇ ଶିକ୍ଷକ ଅଶୋକ ପଧାନ ଓ ବଳଦେବ ସାହୁ l ସରକାରୀ ଶିକ୍ଷକ ହୋଇ ବେସରକାରୀ ସ୍କୁଲ ଚଳାଇବା ଅଭିଯୋଗରେ ନିଲମ୍ୱିତ ହୋଇଛନ୍ତି ଶିକ୍ଷକ l  ବଳଙ୍ଗୀର ତୁଷୁରାରେ ଥିବା ରୋୟାଲ୍ ଇଣ୍ଟର ନ୍ୟାସନାଲ ବେସରକାରୀ ସ୍କୁଲ ହଷ୍ଟେଲରେ ଜଣେ ଛାତ୍ର ଆଉ ଜଣେ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗ ହୋଇଥିଲା l ଘଟଣାକୁ ନେଇ ମୁରିବାହାଲ୍ ବ୍ଲକର ପୀଡ଼ିତ ପରିବାର ଏନେଇ ଡିପିସିୟୁ ଓ ପୋଲିସରେ ଅଭିଯୋଗ କରିଥିଲେ l  ଘଟଣାରେ ପୋଲିସ ଯୌନ ନିର୍ଯାତନା ଦେଇଥିବା ଅଭିଯୁକ୍ତ ନାବାଳକ ଛାତ୍ରଙ୍କୁ ପଚରାଉଚରା କରିଛି l

ଗତ ମାସେ ତଳେ ରୋୟାଲ  ଇଣ୍ଟରନ୍ୟାସନାଲ ବେସରକାରୀ ସ୍କୁଲ ହଷ୍ଟେଲରେ ଜଣେ ନାବାଳକ ଛାତ୍ର ମୁରିବାହାଲ୍ ଅଞ୍ଚଳରୁ ଆସି ପାଠ ପଢୁଥିବା ନେଇ ଅଭିଯୋଗ କରିଥିଲେ ପୀଡ଼ିତ ଛାତ୍ରଙ୍କ ପରିବାର l ଏନେଇ ସ୍କୁଲ କର୍ତ୍ତୁପକ୍ଷଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସ୍କୁଲ କତୃପକ୍ଷ କିଛି ଶୁଣିନଥିବା କହିଛନ୍ତି ପୀଡ଼ିତ ପରିବାର l ପରେ ଘଟଣା ସମ୍ପର୍କରେ ଜିଲ୍ଲା ଜନ ମଙ୍ଗଳ ବିଭାଗ ଓ ପୋଲିସରେ ଲିଖିତ ଅଭିଯୋଗ କରିଥିଲେ ପୀଡ଼ିତ ପରିବାର l ଘଟଣାର ଖୋଳତାଡ ପରେ ରୟାଲ ଇଣ୍ଟର ନ୍ୟାସନାଲ ସ୍କୁଲ ସରକାରୀ ଶିକ୍ଷକ ଚଳାଉଥିବା ତଦନ୍ତରୁ ଜାଣିବାକୁ ପାଇଥିଲା ଶିକ୍ଷା ବିଭାଗ l ଏପରି ଘଟଣାକୁ ନେଇ ପଦକ୍ଷେପ ନେଇ ପୀଡ଼ିତ ନାବାଳକ ଛାତ୍ର ଓ ତାଙ୍କ ପରିବାରକୁ ନ୍ୟାୟ ଦେବା ବଦଳରେ ଘଟଣାକୁ ଚାପି ଦେବାକୁ ବାଧ୍ୟ କରିଥିଲେ ବେସରକାରୀ ସ୍କୁଲ ଚଳାଉଥିବା ସରକାରୀ ଶିକ୍ଷକ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.