ହନୁମାନ ଜୟନ୍ତୀରେ ରହିଛି ଦୁଇଟି ବିଶେଷ ସଂଯୋଗ ଓ ଶୁଭ ମୁହୂର୍ତ୍ତ: ଏହି ୫ ଉପାୟ ଦ୍ୱାରା ସଙ୍କଟରୁ ମିଳିବ ମୁକ୍ତି

Published By : Prameya-News7 Bureau | April 08, 2021 IST

ଭୁବନେଶ୍ୱର ୦୮/୦୪ : ଶାସ୍ତ୍ର ଅନୁସାରେ ଅଞ୍ଜନୀ ପୁତ୍ର ହନୁମାନଙ୍କ ଜନ୍ମ ଚୈତ୍ର ମାସ ଶୁକ୍ଳ ପକ୍ଷ ଚତୁର୍ଦଶୀ ତିଥିରେ ହୋଇଥିଲା। ସେଥିପାଇଁ ପ୍ରତିବର୍ଷ ଏହି ତିଥିରେ ହନୁମାନ ଜୟନ୍ତୀ ପାଳନ କରାଯାଇଥାଏ। ଏଥର ଏପ୍ରିଲ ୨୭ ତାରିଖରେ ହନୁମାନ ଜୟନ୍ତୀ ପଡୁଛି। ହନୁମାନ ଜୟନ୍ତୀ ଦିନ ବିଧି-ବିଧାନ ଅନୁସାରେ ହନୁମାନ ଙ୍କ ପୂଜାର୍ଚ୍ଚନା କଲେ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ସଙ୍କଟମୋଚନ ହନୁମାନଙ୍କ କୃପାରୁ ଭକ୍ତଙ୍କ ସଙ୍କଟ ଦୂର ହୋଇଥାଏ ଏବଂ ଭକ୍ତଙ୍କ ସବୁ ମନୋସ୍କାମନା ପୂରଣ ହୋଇଥାଏ।

ଏଥର ଏପ୍ରିଲ ୨୭ ତାରିଖରେ ହନୁମାନ ଜୟନ୍ତୀ ପଡୁଛି ଏବଂ ଏହି ଦିନ କିଛି ବିଶେଷ ଯୋଗ ଏବଂ ଶୁଭ ମୁହୂର୍ତ୍ତ ମଧ୍ୟ ରହିଛି। ହନୁମାନ ଜୟନ୍ତୀ ଦିନ ସିଦ୍ଧି ଯୋଗ ଓ ବ୍ୟତିପାତ ଯୋଗ ରହିଛି। ସିଦ୍ଧି ଯୋଗ ସନ୍ଧ୍ୟା ୮ଟା ୩ ମିନିଟ ଯାଏଁ ରହିବ। ଏହାପରେ ବ୍ୟତିପାତ ଯୋଗ ଲାଗିବ। ହନୁମାନ ଜୟନ୍ତୀ ଦିନ ହନୁମାନଙ୍କ ପୂଜା କରିବା ସର୍ବୋତ୍ତମ ବୋଲି ବିଶ୍ୱାସ ରହିଛି। ଏହି ଦିନ ହନୁମାନଙ୍କ ପୂଜା କଲେ ଭୟ, ଗ୍ରହ ଦୋଷ ଓ ସଙ୍କଟରୁ ମୁକ୍ତି ମିଳିଥାଏ।

{"id":435183,"width":621,"height":621,"sizeSlug":"large","linkDestination":"none"}

ହନୁମାନ ଭକ୍ତ ହନୁମାନ ଜୟନ୍ତୀ ଦିନ ୫ଟି ଉପାୟ ନିଶ୍ଚୟ କରିବା ଉଚିତ। ଏହାଦ୍ୱାରା ସବୁ ପ୍ରକାର ସଙ୍କଟରୁ ମୁକ୍ତି ମିଳିଥାଏ ଏବଂ ଭକ୍ତଙ୍କ ମନୋସ୍କାମନା ମଧ୍ୟ ପୁରା ହୋଇଥାଏ।

୧. ହନୁମାନ ଜୟନ୍ତୀ ଦିନ କୌଣସି ହନୁମାନ ମନ୍ଦିର ଯାଇ ହନୁମାନଙ୍କ ଦର୍ଶନ କରିବା ଉଚିତ ଏବଂ ଦୀପ ଜାଳି ହନୁମାନ ଚାଳିଶା ୧୧ ଥର ପାଠ କରିବା ଉଚିତ। ଏହାଦ୍ୱାରା ହନୁମାନ ପ୍ରସନ୍ନ ହୋଇଥାନ୍ତି ଏବଂ ଜୀବନର ସବୁ ସମସ୍ୟାରୁ ମୁକ୍ତି ଦେଇଥାନ୍ତି।

୨. ହନୁମାନ ଜୟନ୍ତୀରେ ହନୁମାନଙ୍କୁ ଗୋଲାପ ଫୁଲର ମାଳା ଅର୍ପଣ କରିବା ଉଚିତ। ଏହାଦ୍ୱାରା ବ୍ୟକ୍ତିଙ୍କ ଉପରେ ସର୍ବଦା ହନୁମାନଙ୍କ କୃପା ରହିଥାଏ।

୩. ୧୧ଟି ଅଶ୍ୱସ୍ଥ ପତ୍ରରେ ଶ୍ରୀରାମଙ୍କ ନାଁ ଲେଖି ଭଗବାନଙ୍କୁ ଅର୍ପଣ କରିବା ଉଚିତ। ଏହାଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ଏବଂ ମନୋସ୍କାମନା ପୁରା ହୋଇଥାଏ।

୪. ହନୁମାନ ଜୟନ୍ତୀ ଅବସରରେ ପାନ ବିଡା ତିଆରି କରି ହନୁମାନଙ୍କୁ ଅର୍ପଣ କଲେ ଘର ପରିବାରର ସବୁ ସମସ୍ୟା ଦୂର ହୋଇଥାଏ। ଏହି ପାନ ବିଡାରେ ନଡ଼ିଆ କୋରା, ଗୁଲକନ୍ଦ, ବାଦାମ କତରି ଆଦି ନିଶ୍ଚୟ ରହିବା କଥା।

୫. ହନୁମାନ ଜୟନ୍ତୀ ଅବସରରେ ହନୁମାନ ମନ୍ଦିର ଯାଇ ହନୁମାନଙ୍କ ସମ୍ମୁଖରେ ଏକ ସୋରିଷ ତେଲ ଓ ଶୁଦ୍ଧ ଘିଅ ଦୀପ ପ୍ରଜ୍ବଳନ କରନ୍ତୁ। ଏହାପରେ ଆସନ ବିଛାଇ ବଜରଙ୍ଗ ବାଣ ପାଠ କରନ୍ତୁ କିମ୍ବା ଅନ୍ୟ କୌଣସି ହନୁମାନ ପାଠ କଲେ ପ୍ରଭୁଙ୍କ କୃପା ସର୍ବଦା ରହିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.