ଯୁକ୍ତ ଦୁଇ ଛାତ୍ରୀଙ୍କ ମୃତଦେହ ଉଦ୍ଧାର : ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ସନ୍ଦେହ

Published By : Prameya-News7 Bureau | September 03, 2019 IST

ଜି ଉଦୟଗିରି  ୩/୯: ଜି ଉଦୟଗିରି ର ସିରିକି ଡ୍ୟାମ ନିକଟସ୍ଥ ପେଟାଗାଡୁ ପାହାଡରେ ଜଣେ ଯୁକ୍ତ ଦୁଇ ଶ୍ରେଣୀ ର ଛାତ୍ରୀ ମାନିନୀ  ପ୍ରଧାନଙ୍କ ମୃତଦେହ ଉଦ୍ଧାର ହୋଇଛି। ପାରିପାର୍ଶ୍ବିକ ଅବସ୍ଥାରୁ ଜଣାପଡୁଛି ଯେ ମାନିନୀଙ୍କୁ କେହି ମାରି ଗଛରେ ଟାଙ୍ଗି ଦେଇଛି।

{"id":152478}

ସୂଚନାଯୋଗ୍ୟ ଯେ ମାନିନୀ ରାଇକିଆରେ ବିବାହ କରିଥିଲେ।ପାରିବାରିକ ଅସନ୍ତୋଷ କାରଣରୁ ମାନିନୀ ବାପଘର ସିରିକିରେ ରହି ମାଟ୍ରିକ ପରୀକ୍ଷା ଦେଇ ପାସ କରି ଯୁକ୍ତ ଦୁଇରେ ପାଠ ପଢୁଥିଲେ । ସେ ଗତ କାଲି ଦିନ ଦୁଇଟାରୁ ଘରୁ ଆସି ଆଉ ଫେରିନଥିଲେ।

{"id":152479}

ଆଜି ସକାଳୁ ସିରିକି ପାଖ ପେଟଗାଡୁ ପାହାଡରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ।ମୃତ ଦେହ ପାଖରେ  ଖାଦ୍ୟ ପୁଡ଼ିଆ ,ପାଣି ବୋତଲ ଆଦି ପଡିରହିଛି।ଖବର ପାଇ ଆଖ ପାଖରୁ ଜନସାଧାରଣ ଙ୍କ ସୁଅ ଛୁଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.