୨ ଛାତ୍ର ନିଖୋଜ, ସାଙ୍ଗ ହୋଇ ଯାଇଥିଲେ ସ୍କୁଲ: କୁଆଡ଼େ ଗଲେ, କେଉଁଠି ଅଛନ୍ତି, ମିଳୁ ନାହିଁ ପତ୍ତା, ପରିବାରରେ ପଡିଗଲାଣି ଭାଳେଣି

Published By : Prameya-News7 Bureau | January 12, 2021 IST

ଡ଼େଲାଙ୍ଗ୧୨/୧: ପୁଣି ସାମ୍ନାକୁ ଆସିଲା ନିଖୋଜ ଘଟଣା। ପିପିଲି ଥାନା ଅଧିନ କମଳାସାଗର ପାଟଣା ଗାଁରୁ ୨ ଜଣ ସ୍କୁଲ ଛାତ୍ର ନିଖୋଜ ହୋଇ ଯାଇଛନ୍ତି। ଏ ନେଇ ମଙ୍ଗବାର ସନ୍ଧ୍ୟାରେ ପରିବାର ପକ୍ଷରୁ ପିପିଲି ଥାନାରେ ନିଖୋଜ ରିପୋର୍ଟ ଦିଆଯାଇଛି। ପରିବାର ଲୋକଙ୍କ କହିବା ମୁତାବକ, ଆଜି ସକାଳେ ସାଇକେଲ ଚଳାଇ ସ୍କୁଲ ଯାଇଥିଲେ। ସ୍କୁଲରୁ ବହି ଆଣିବେ ବୋଲି ଘରେ କହି ୨ ଜଣ ବାହାରିଥିଲେ।

ସକାଳ ସାଢ଼େ ୭ଟାରେ ଘରୁ ବାହାରି ଯାଇଥିଲେ ସତ ହେଲେ ଆଉ ଘରକୁ ଫେରି ନଥିଲେ। ନିଖୋଜ ଛାତ୍ର ୨ ଜଣ ହେଳେ ପବିତ୍ର ଦାସଙ୍କ ପୁଅ ନିରଞ୍ଜନ ଦାସ, ତାଙ୍କ ବୟସ ୧୪ ବର୍ଷ। ସେହିପରି ଅନ୍ୟ ଜଣେ ନିଖୋଜ ଛାତ୍ର ହେଲେ କେଦାର ବେହେରାଙ୍କ ପୁଅ ସୂର୍ଯ୍ୟକାନ୍ତ ବେହେରା (ଶିବ), ତାଙ୍କ ବୟସ ୧୩ ବର୍ଷ। ଜଣେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ଅନ୍ୟ ଜଣେ ନବମ ଶ୍ରେଣୀରେ ପଢ଼ୁଛନ୍ତି। ୨ ପିଲାଙ୍କ ନିଖୋଜ ପରେ ପରିବାର ଭିତରେ ଭାଳେଣି ପଡି ଯାଇଛି। କୁଆଡେ ଗଲା, କଣ କରୁଛନ୍ତି ଏମିତି ଅନେକ କଥା ଭାବି ପରିବାର ଲୋକେ ଚିନ୍ତାରେ ପଡି ଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ପତ୍ତା ମିଳି ନାହିଁ। ପରିବାର ଲୋକଙ୍କ ଏତଲା ଆଧାରରେ ପୋଲିସ ଖୋଜାଖୋଜି ଜାରି ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.