କୁଆଖାଇ ନଦୀରେ ବୁଡି ଦୁଇ ଛାତ୍ର ମୃତ

Published By : Prameya-News7 Bureau | July 25, 2018 IST

କୁଆଖାଇ ନଦୀରେ ଗାଧେଇବା ହେଲା କାଳ | କୁଆଖାଇ ନଦୀରେ ବୁଡି ୨ ଛାତ୍ର ମୃତ୍ୟୁ ବରଣ କରିଛନ୍ତି | ମୃତ ଛାତ୍ର ଜଣକ ହେଲେ ଶାଫିକ ଦିଗଲ ଓ ଜଗମୋହନ ସହୂ | ଶାଫିକଙ୍କ ଘର ଆଚାର୍ଯ୍ୟ ବିହାର ବିଶ୍ୱସର ସାହିରେ | ସଫିକଙ୍କୁ ଉଦ୍ଧାର କରି ସଙ୍କଟପୁର୍ଣ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି | ଛାତ୍ର ଜଗମୋହନ ସାହୁଙ୍କର ଘର ଜୟଦେବ ବିହାର ଆତ୍ମାରାମ ବସ୍ତିରେ | ଆଜି ସକାଳୁ ୟୁନିଟ ୯ର ୬ ଜଣ ଛାତ୍ର କୁଆଖାଇ କୁ ଗାଧେଇବାକୁ ଯାଇଥିଲେ | ସେଠି ଗାଧେଇଲା ବେଳେ ଦୁଇ ଜଣ ଛାତ୍ର ନିଖୋଜ ହୋଇ ଯାଇ ଥିଲେ | ସମସ୍ତ ଛାତ୍ର ନବମ ଶ୍ରେଣୀର ବୋଲି ଜଣା ପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.