ଗଣେଶ ପୂଜାରେ ଅଘଟଣ : ଗାଧୋଇବା ବେଳେ ନଦୀରେ ବୁଡି ଛାତ୍ରଙ୍କ ମୃତ୍ୟୁ

Published By : Prameya-News7 Bureau | September 13, 2018 IST

କେନ୍ଦୁଝର ୧୩/୯ : ଗଣେଶ ପୂଜାରେ ଅଘଟଣ । ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅଞ୍ଚଳରେ ଭିନ୍ନ ଦୁଇଟି ଅଘଟଣ ଯୋଗୁଁ ଦୁଇ ଛାତ୍ରଙ୍କ ଜୀବନ ଯାଇଛି । ଘସିପୁରା ଥାନ ରେକୁଟିଆ ଗାଁର ଦଶମ ଶ୍ରେଣୀର ଛାତ୍ର ଶୋଭାଗ୍ୟ କେଶି ଆଜି ଗାଁ ନିକଟ ଷଣ୍ଡେଇ ନଦୀରେ ଗାଧଉଥିବା ସମୟରେ ହଠାତ୍ ଗୋଡ ଖସିଯିବାରୁ ନଦୀରେ ବୁଡି ଯାଇଥିଲେ । ସ୍ଥାନିୟ ଲୋକେ ତାଙ୍କୁ ନଦୀରୁ ଉଦ୍ଧାର କରି କେଶଦୂରାପାଳ ସ୍ବାସ୍ଥକେନ୍ଦ୍ରରେ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେହିପରି ଘସିପୁରା ଥାନା ଚମ୍ପାପାଳ ଗାଁର ଶରତ ପେଣ୍ଠଙ୍କ ଦିତିୟ ଶ୍ରେଣୀରେ ପଢୁଥିବା ପୁଅ ସିଦ୍ଧାର୍ଥ ଗତକାଲି ରାତିରେ ଘରେ ଶୋଇଥିବା ଅବସ୍ଥାରେ ବିଷଧର ସାପ କାମୁଡି ଦେଇଥିଲା। ତାଙ୍କୁ ଆଜି ସକାଳେ ପରିବାର ଲୋକେ ଡାକ୍ତରଖାନା ନେଇଯାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.