Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
  • ||
  • ମହାରାଷ୍ଟ୍ର ସ୍ଥିତି ସଙ୍ଗୀନ: ୨୪ ଘଣ୍ଟାରେ ୭୭୩ ମୃତ, ୬୬୮୩୬ ନୂଆ ସଂକ୍ରମିତ ଚିହ୍ନଟ
  • ||
  • ବିଶ୍ବକେତନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||

ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ୨ଟି କର୍ମଚାରୀ ସଂଘର ୨୪ଘଣ୍ଟିଆ ଧର୍ମଘଟ

22/10/2019 at 4:03 PM

ଭୁବନେଶ୍ୱର/କଟକ  ୨୨।୧୦ –  ସରକାରୀ ବ୍ୟାଙ୍କ ଗୁଡ଼ିକ ମଧ୍ୟରେ ହେବାକୁ ଯାଉଥିବା ମିଶ୍ରଣକୁ ବିରୋଧ କରି ୨୪ଘଣ୍ଟିଆ ଧର୍ମଘଟକୁ ଓହ୍ଲାଇଛି ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ, AIBEA ଏବଂ ଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଂଘ, ବେଫି । ଦେଶର ୧୦ଟି ସରକାରୀ ବ୍ୟାଙ୍କକୁ ମିଶାଇ ୪ଟି ବଡ଼ ବ୍ୟାଙ୍କ ଗଠନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ମିଶ୍ରଣ ମାଧ୍ୟମରେ ୬ଟି ବ୍ୟାଙ୍କକୁ ବନ୍ଦ କରିବାକୁ ଚାହୁଁଥିବା ବ୍ୟାଙ୍କ ସଂଘ ଅଭିଯୋଗ କରିଛି । ତେବେ ବ୍ୟାଙ୍କ ମିଶ୍ରଣ ଦ୍ବାରା କୌଣସି ବ୍ୟାଙ୍କ ଶାଖା ବନ୍ଦ ହେବ ନାହିଁ ଏବଂ ଏହା ଦ୍ବାରା ଅର୍ଥନୀତି ଆହୁରି ସୁଦୃଢ଼ ହେବ ବୋଲି ଯୁକ୍ତି ବାଢ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ।

ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ୨ଟି କର୍ମଚାରୀ ସଂଘର ୨୪ଘଣ୍ଟିଆ ଧର୍ମଘଟ । ଶ୍ରମ ମନ୍ତ୍ରଣାଳୟ ଓ ବ୍ୟାଙ୍କ କର୍ମଚାରୀ ସଂଘ ମଧ୍ୟରେ ଆଲୋଚନା ବିଫଳ ହେବାରୁ କର୍ମଚାରୀମାନେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଧର୍ମଘଟକୁ ଓହ୍ଲାଇଛନ୍ତି । ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ, AIBEA ଏବଂ ଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଂଘ, ବେଫି ପକ୍ଷରୁ ଏହି ଧର୍ମଘଟ କରାଯାଇଥିବା ବେଳେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସର୍ବଭାରତୀୟ ଶ୍ରମିକ ସଂଗଠନ କଂଗ୍ରେସ ଏହାକୁ ସମର୍ଥନ କରିଛନ୍ତି । ଦେଶର ୧୦ଟି ସରକାରୀ ବ୍ୟାଙ୍କକୁ ମିଶାଇ ୪ଟି ବଡ଼ ବ୍ୟାଙ୍କ ଗଠନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ମିଶ୍ରଣ ମାଧ୍ୟମରେ ୬ଟି ବ୍ୟାଙ୍କକୁ ବନ୍ଦ କରିବାକୁ ଚାହୁଁଥିବା ବ୍ୟାଙ୍କ ସଂଘ ଅଭିଯୋଗ କରିଛି ।

କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ମିଶ୍ରଣ ପଦକ୍ଷେପକୁ ସିପିଆଇ ସାଧାରଣ ସମ୍ପାଦକ ଡି.ରାଜା ବିରୋଧ କରିଥିବା ବେଳେ ବ୍ୟାଙ୍କ୍‌ ଗୁଡ଼ିକର ମିଶ୍ରଣ ଫଳରେ ଦେଶର ଅର୍ଥନୀତି ସୁଦୃଢ଼ ହେବ ବୋଲି ଯୁକ୍ତି ବାଢ଼ିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ସେହିଭଳି ଏସବିଆଇ କର୍ପୋରେଟ୍‌ ଶାଖା ମୁଖ୍ୟ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଯୋଜନା ଅନୁସାରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, କାନାଡ଼ା ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଇଣ୍ଡିଆନ୍‌ ବ୍ୟାଙ୍କ୍‌, ୟୁନାଇଟେଡ୍‌ ବ୍ୟାଙ୍କ୍‌ ଅଫ ଇଣ୍ଡିଆ, ଆହ୍ଲାବାଦ୍‌ ବ୍ୟାଙ୍କ୍‌, ସିଣ୍ଡିକେଟ୍‌ ବ୍ୟାଙ୍କ୍‌, କର୍ପୋରେସନ ବ୍ୟାଙ୍କ୍‌, ଓରିଏଣ୍ଟାଲ ବ୍ୟାଙ୍କ୍‌ ଅଫ୍‌ କମର୍ସ ଓ ଆନ୍ଧ୍ର ବ୍ୟାଙ୍କ୍‌ ଭଳି ୧୦ଟି ବ୍ୟାଙ୍କକୁ ମିଶାଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌, କାନାଡ଼ା ବ୍ୟାଙ୍କ, ୟୁନିଅନ୍‌ ବ୍ୟାଙ୍କ୍‌ ଓ ଇଣ୍ଡିଆନ୍‌ ବ୍ୟାଙ୍କ ନାଁରେ ୪ଟି ବ୍ୟାଙ୍କ କରାଯିବ ।

   Related Posts