Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||

‘ବାପ୍‌ରେ ମୋ ଜୀବନରେ ଏତେ କଷ୍ଟ’: ୭୦ ବର୍ଷର ବୁଢ଼ା ବାପ, ଏପଟେ ପଙ୍ଗୁ ଅବସ୍ଥାରେ ଘରର ୨ ଭେଣ୍ଡିଆ ପୁଅ

12/07/2020 at 3:57 PM

ବରଗଡ଼୧୨/୭: ବୋଝ ଉପରେ ଲଳିତା ବିଡ଼ା। ୭୦ ବର୍ଷର ବୁଢ଼ା ବାପାଙ୍କ ସାହାରାରେ ଦୁଇପୁଅ। ଯେଉଁ ବୟସରେ ନିଜେ ବିଶ୍ରାମ ନେବା କଥା, ସେହି ବୟସରେ ପିଲାମାନଙ୍କ ବୋଝକୁ  ନିଜ ପିଠିରେ ବୋହି ଚାଲିଛନ୍ତି ବୁଢ଼ା ବାପା।ଘରେ ବୁଢ଼ା ବାପା ଆଉ ଦୁଇ ଭେଣ୍ଡିଆ ପୁଅ ପଙ୍ଗୁ ଅବସ୍ଥାରେ ବିଛଣାରେ ପଡି ରହିଛନ୍ତି। ସ୍ତ୍ରୀ ଓ ଝିଅର ମୃତ୍ୟୁ ପରେ ଦୁଇ ପୁଅଙ୍କର ଏଭଳି ଅବସ୍ଥା ଦେଖି ଦୁଃଖରେ ଭାଙ୍ଗି ପଡିଛନ୍ତି ବୁଢ଼ା ବାପା। ବୁଢ଼ା ବାପା କାନ୍ଦି କାନ୍ଦି କହୁଛନ୍ତି, ବାପ୍‌ରେ ମୋ ଜୀବନରେ ଏତେ କଷ୍ଟ।

ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ର ବଡ଼ସରେଇ ପାଲି ଗାଁର ବାବନ ସାହୁଙ୍କ ପୁଅ ଚକ୍ରପାଣି ସାହୁ ଓ ଲୋଚନ ସାହୁ ।କେଉଁ ଏକ ଅଜଣା ରୋଗ ଗ୍ରାସିଲା କେହି ଜାଣି ନାହାନ୍ତି। ହଠାତ୍ ପଙ୍କୁ ପାଲିଟି ଗଲେ। ବର୍ତ୍ତମାନ ବିଛଣାରେ ପଡି ଅସହ୍ୟ ଯନ୍ତ୍ରଣା ଭୋଗ କରୁଛନ୍ତି ଦୁଇ ଭାଇ। ସତୁରୀ ବର୍ଷ  ବୟସରେ ବୃଦ୍ଧା ବାପାଙ୍କୁ ଦୁଇ ଭାଇ ସହାରା ଦେବା ବଦଳରେ ବାପାଙ୍କ ସହାରା ରେ ଜୀଉଁଛନ୍ତି ଦୁଇଭାଇ । ବଡ଼ ପୁଅ ଚକ୍ରପାଣିର ବୟସ ୪୨ ଏବଂ ସାନପୁଅ ଲୋଚନର ବୟସ ୩୫ ।ହେଲେ ଏମାନଙ୍କ ଆବସ୍ଥା ଦେଖିଲେ ଲାଗୁଛି ସତେ ଯେମିତି ପାଞ୍ଚ ଦଶ ବର୍ଷର ଶିଶୁ ।ଜନ୍ମରୁ ସବୁ କିଛି ଠିକ ଥିଲା ହସ ଖୁସିରେ କଟୁଥିଲା ଏମାନଙ୍କ ପରିବାର। ହେଲେ କେଜାଣି ହଠାତ ଦୁଃଖର ବଦଳ ଛାଇ ଗଲା ବାବନଙ୍କ ପରିବାର ଉପରେ ।

ପ୍ରଥମେ ସାନ ପୁଅ ଲୋଚନ ଅଜଣା ରୋଗରେ  ଆକ୍ରାନ୍ତ ହେଲେ , ସ୍ତ୍ରୀ ଗନ୍ଧର୍ବୀଙ୍କ ମୃତ୍ୟୁ ଘଟିଲା ,ପରେ ବଡ଼ ପୁଅ ଚକ୍ରପାଣିଙ୍କୁ ସେହି ଅଜଣା  ରୋଗ ଗ୍ରାସିଲା ,ଝିଅ ସବିତାର ମୃତ୍ୟୁ ଘଟିଲା ।ଏବେ ବାପା ଦୁଇ ପୁଅଙ୍କ ମୁହଁ ଚାହିଁ ବଞ୍ଚିଛନ୍ତି ଏ ପରିଣତି ବୟସରେ। ଆଶା ରଖିଥିଲେ ବାପର କାନ୍ଧରେ କାନ୍ଧ ମିଶାଇ ଦୁଇ ପୁଅ ଠିଆ ହେବେ ସାନ ପୁଅର ଅବସ୍ଥା ପରେ ଭଲ ପାଠ ପଢି ଘ ର ଦାଇତ୍ୱ ତୁଲାଉ ଥିବା ବେଳେ ବଡ଼ ପୁଅକୁ ବିବାହ ମଧ୍ୟ କରାଇ ଥିଲେ। ବାବନ,ନାତି ନାତୁଣୀ ବି ଅଛନ୍ତି  ।ହେଲେ ସାନ ପୁଅ ୧୭ ବର୍ଷ ଓ ବଡ଼ ପୁଅ ୧୩ ବର୍ଷ ହେବ ପଙ୍ଗୁ ହେବାରୁ ଘରେ ଆର୍ଥିକ ଅନାଟନ ଲାଗି ରହିଲା ଯାହାକୁ ନେଇ ବୋହୂ ନାତି ନାତୁଣୀକୁ ବାପ ଘରକୁ ପଠେଇ ଦେଇଛନ୍ତି ବାବନ । ଘରର ସ୍ଥିତି ବିଷୟରେ କହି ଆଖିରୁ ଲୁହ ଗଡାଇବା ଛଡା କିଛି ଉପାୟ ନାହିଁ । ନିଜର ଜମି ସୁନା ଗହଣା ସବୁ କିଛି ବିକି ମଧ୍ୟ ଭଲ କରି ପାରିଲେ ନାହିଁ ଦୁଇ ପୁଅଙ୍କୁ ।ଶେଷରେ ସହାୟତା ଆଶାରେ ଜିଲ୍ଳାପାଳଙ୍କ ଦ୍ବାରସ୍ଥ ହେବା ସତ୍ତ୍ବେ ତାଙ୍କୁ କୌଣସି ସୁବିଧାସୁଯୋଗ ମିଳି ନାହିଁ।

ଦୁଇ ପୁଅଙ୍କ ସେବା ନିଜେ ବାପା ଏକାକୀ କରି କରି ଥକି ଗଲେଣି ।ପୁଅ ମାନଙ୍କୁ କାନ୍ଧରେ ବୋହି ବୋହି ଗାଧୋଇ ଦେବା ଖୁଆଇ ଦେବା ପରି ସବୁ ଯତ୍ନ ସେବା ବାପା ହିଁ କରୁଛନ୍ତି ।ଦୁଇ ପୁଅ ଭଲରେ ବସି କି ଉଠିବି ପାରୁନାହାନ୍ତି । ବରଗଡ଼, ବୁର୍ଲା ବଡ଼ ମେଡିକାଲ  ସହ ବାହାର  ରାଜ୍ୟ ର ଡାକ୍ତରଖାନାରେ ମଧ୍ୟ ଚିକିତ୍ସା କରେଇଛନ୍ତି ଦୁଇ ପୁଅଙ୍କୁ । ଔଷଧ ଖାଇ କିଛି ମାତ୍ରାରେ ଭଲ ମଧ୍ୟ ହୋଇଥିଲେ ଦୁଇ ପୁଅ ,ହେଲେ ପରେ ଅର୍ଥ ବାଧକ ସାଜିଲା ଔଷଧ କିଣିବା ପାଇଁ ବି ସକ୍ଷମ ହେଲେନି ବାବନ । ଏନେଇ ଆମେ ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଆଣିଥିଲୁ ।ତେବେ ବର୍ତ୍ତମାନର ସ୍ଥିତିରେ ବାବନଙ୍କୁ ସହଯୋଗ ପାଇଁ ହାତ ବଢାଇବାକୁ କହିଛନ୍ତି ଜିଲ୍ଳପାଳ ଜ୍ୟୋତିରଞ୍ଜନ ପ୍ରଧାନ  ।

   Related Posts