ଭାରତୀୟ ଯବାନଙ୍କ ଗୁଳିରେ ୨ ପାକିସ୍ତାନ ସୈନ୍ୟଙ୍କ ମୃତ୍ୟୁ, ଧଳା ପତାକା ଦେଖାଇ ଶବ ନେଲା ପାକ୍ ସେନା, ଦେଖନ୍ତୁ ଭିଡିଓ…

Published By : Prameya-News7 Bureau | September 14, 2019 IST

ଶ୍ରୀନଗର୧୪|୯: ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରି ଚାଲିଛି। ପାକିସ୍ତାନୀ ଆତଙ୍କବାଦୀ କାଶ୍ମୀରର କିଛି ଲୋକଙ୍କୁ ଗୁଳିକରି ହତ୍ୟା ମଧ୍ୟ କରିଛି। ପାକିସ୍ତାନର ଏହିଭଳି କାର୍ଯ୍ୟ ଦେଖି ଭାରତୀୟ ଯବାନ ତାଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି। ଗତ ସେପ୍ଟେମ୍ବର ୧୦ ଓ ୧୧ ତାରିଖରେ ଭାରତୀୟ ଯବାନଙ୍କ ଗୁଳିରେ  ପାକିସ୍ତାନର ୨ ସୈନିକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ପିଓକେ (ପାକିସ୍ତାନ ଅଧିକୃତ କାଶ୍ମୀର)ର ହାଜିପୁର ସେକ୍ଟରରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ପାକିସ୍ତାନ ସେନା ଧଳା ପତାକା ଦେଖାଇ ତାଙ୍କ ଯବାନଙ୍କ ଶବକୁ ନେଉଛନ୍ତି।

ଭାରତୀୟ ସେନା ବାହିନୀର ସୂଚନା ମୁତାବକ, ଗତ ସେପ୍ଟେମ୍ବର ୧୦ ଓ ୧୧ ତାରିଖରେ ହାଜିପୁର ସେକ୍ଟରେ ଥିବା ପାକିସ୍ତାନ ଯବାନ ଗୁଲାମ ରସୁଲଙ୍କୁ ମାରି ଦିଆଯାଇଛି। ପାକିସ୍ତାନର ପଞ୍ଜାବରେ ରସୁଲ ରହନ୍ତ ବୋଲି ସୂଚନ ମିଳିଛି। ରସୁଲଙ୍କ ମୃତ ଶରୀରକୁ ନେବା ପାଇଁ ପ୍ରଥମରୁ ସେମାନେ ଚେଷ୍ଟା କରିଥିଲେ। ଠିକ୍ ସେହି ସମୟରେ ଭାରତୀୟ ଯବାନଙ୍କ ଦ୍ବାରା ଆଉ ଜଣେ ପାକିସ୍ତାନ ଯବାନର ମୃତ୍ୟୁ ହୋଇଥିଲା। କିନ୍ତୁ ସେପ୍ଟେମ୍ବର ୧୩ ତାରିଖରେ ଧଳା ପତାକା ଦେଖାଇ ପାକିସ୍ତାନ ଯବାନଙ୍କ ଶବକୁ ନେବାର ଦୃଶ୍ୟ ସାମ୍ନାକୁ ଆସିଛି। ଧଳା ପତାକା ଦେଖାଇ ସେମାନେ ଭାରତୀୟ ସେନାବାହିନୀଙ୍କୁ ସମ୍ମାନ ଜଣାଇଥିଲେ। ସେଥିଲାଗି ଶବ ନେବା ପାଇଁ ଅନୁମତି ଦିଆଯାଇଛି ବୋଲି ଭାରତୀୟ ସେନାର ଅଧିକାରୀ କହିଛନ୍ତି।

wp:core-embed/twitter {"url":"https://twitter.com/ANI/status/1172741638944370690","type":"rich","providerNameSlug":"twitter","className":""}
https://twitter.com/ANI/status/1172741638944370690
/wp:core-embed/twitter

ସେହିପରି ଗତ ଜୁଲାଇ  ମାସ​‌ ୩୦ ଓ ୩୧ ତାରିଖରେ କେରନ୍ ସେକ୍ଟରେ ୫/୭ ଜଣ ପାକିସ୍ତାନ ଯବାନଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।​‌ ହେଲେ ସେହି ଯବାନଙ୍କ ଶବ ନେବା ପାଇଁ ପାକିସ୍ତାନ ମନା କରିଦେଇଥିଲା। ସୂଚନା ମୁତାବକ, ପାକିସ୍ତାନ ସେନାରେ ୭୦ ପ୍ରତିଶତ ଯବାନ ପଞ୍ଜାବୀ ମୁସଲିମ ରହିଛନ୍ତି। ଯୁଦ୍ଧ ସମୟରେ ଯଦି କୌଣସି ପାକିସ୍ତାନର ପଞ୍ଜାବୀ ମୁସଲିମଙ୍କ ମୃତ୍ୟୁ ହେଲେ ସେମାନେ ତାଙ୍କ ଶବକୁ ନେବା ପାଇଁ ଚେଷ୍ଟା କରିଥାନ୍ତି। ଫଳରେ ଏହା ସ୍ପଷ୍ଟ ହୋଇଛି ଯେ, ଶବକୁ ନେଇ ମଧ୍ୟ ପାକିସ୍ତାନ ବେଦଭାବ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.