Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

କମ୍ବିଂ ଅପରେସନ ବେଳେ ନକ୍ସଲଙ୍କ ସହ ଗୁଳି ବିନିମୟ, ୨ ଯବାନ ସହିଦ

14/03/2020 at 4:52 PM

ବସ୍ତର, ୧୪|୦୩:  ଛତିଶଗଡର ବସ୍ତର ଅଞ୍ଚଳ ନକ୍ସଲଙ୍କ ପାଇଁ ଚରାଭୂଇଁ ପାଲଟିଛି। ନକ୍ସଲଙ୍କ ଗଡ କୁହାଯାଉଥିବା ଏହି ଅଞ୍ଚଳରେ ଶନିବାର ଦୁଇଜଣ ଯବାନ ସହିଦ ହୋଇଛନ୍ତି।

ସୂଚନାନୁସାରେ, ଶନିବାର ବସ୍ତରର ନକ୍ସଲ ଅଧୂଷିତ ମାରଦମ ଅଞ୍ଚଳରେ ପୋଲିସ ଓ ଯବାନଙ୍କ ପକ୍ଷରୁ ମିଳିତ କମ୍ବିଂ ଅପରେସନ କରାଯାଉଥିଲା। ସେହି ସମୟରେ ହଠାତ ଯବାନ ଓ ନକ୍ସଲମାନେ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଭୀଷଣ ଗୁଳିଗୋଳା ମାଡ ହୋଇଥିଲା।

ତେବେ ଏହି ଗୁଳି ବିନମୟରେ ୨ଜଣ ଯବାନ ସହିଦ ହୋଇଛନ୍ତି। ଛତିଶଗଡ ଆର୍ମଡ୍ ଫୋର୍ସର ୨ଜଣ ଯବାନ ସହିଦ ହୋଇଥିବା ବେଳେ ସିଆରଫିଏଫ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ଏବେବି ସେଠାରେ ଗୁଳିମିନିମୟ ଜାରି ରହିଛି।

   Related Posts