ଚିକିତ୍ସା ଅବହେଳାରୁ ୨ ନବଜାତ ଶିଶୁ ପୁତ୍ର ମୃତ ! ନର୍ସ ଓ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବାପା
2/03/2021 at 7:49 AM

ଯାଜପୁର, ୦୨|୦୩ : ଚିକିତ୍ସା ଅବହେଳାରୁ ୨ ନବଜାତ ଶିଶୁ ପୁତ୍ରଙ୍କ ମୃତ୍ୟୁ ଅଭିଯୋଗ। ଯାଜପୁର ଜିଲ୍ଲା ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ଅଭାବନୀୟ ଘଟଣା ଘଟିଛି । ଡାକ୍ତର ଓ ନର୍ସଙ୍କ ଚିକିତ୍ସା ଅବହେଳାରୁ ୨ ନବଜାତ ଶିଶୁ ପୁତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ଏହି ଘଟଣାକୁ ନେଇ ମେଡିକାଲରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ସମ୍ପୃକ୍ତ ଡାକ୍ତର ଓ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତ ଶିଶୁଙ୍କ ବାପା ଦାବି କରିଛନ୍ତି। ତେବେ ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସେପଟେ ସମୟ ପୂର୍ବରୁ ପିଲା ଜନ୍ମ ହୋଇଥିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି।
Related Posts
ଜନ୍ମଦିନରେ ଅଙ୍ଗଦାନ ପାଇଁ ଚୁକ୍ତିବଦ୍ଧ ହେଲେ ଓଟିଡିସି ଅଧ୍ୟକ୍ଷା
17 April 2021