ପାଚେରୀ ନିଅଁ ହେଲା କାଳ, ଦୋକାନକୁ ଯିବା ବାଟରେ ଖାଲରେ ପଡ଼ି ଚାଲିଗଲା ଦୁଇ ଶିଶୁଙ୍କ ଜୀବନ

Published By : Prameya-News7 Bureau | July 31, 2021 IST

ଢେଙ୍କାନାଳ, ୩୧/୦୭: ଘର ପାଚେରି ନିର୍ମାଣ ପାଇିଁ ଖୋଳାଯାଇଥିବା ନିଅଁରେ ପଡି ୨ଶିଶୁଙ୍କର ମୃତ୍ୟୁ ଘଟିଛି । ଢେଙ୍କାନାଳ ଭୁବନ ଥାନା ଅନ୍ତର୍ଗତ କହ୍ନେଇପାଳ ଗ୍ରାମରେ ଏପରି ମର୍ମନ୍ତୁଦ ଅଘଟଣକୁ ଗ୍ରାମବାସୀ ମର୍ମାହତ ହୋଇପଡିଛନ୍ତି । ମୃତ ଶିଶୁ ଦୁଇଜଣ ହେଲେ କହ୍ନେଇପାଳ ଗ୍ରାମର ପ୍ରଦିପ ପାତ୍ରଙ୍କ ୬ବର୍ଷର ଝିଅ ପ୍ରିୟଙ୍କା  ଓ ଶେଷଦେବ ପାତ୍ରଙ୍କ ୭ବର୍ଷର ଝିଅ ସୃତି ପାତ୍ର।

ସୂଚନା ମୁତାବକ, କହ୍ନେଇପାଳ ଗ୍ରାମର ରାସ୍ତା ପାର୍ଶ୍ୱରେ ଥିବା ନଖିଆ ପାତ୍ର ତାଙ୍କ ଘର ପାଚେରୀ ଦେବା ପାଇଁ ନିଅଁ ଖୋଳିଥିଲେ । ତେବେ ବର୍ଷା ଯୋଗୁଁ ଏହି ନିଅଁ ବା ଗାତରେ ପାଣି ଭର୍ତ୍ତି ହୋଇ ରହିଥିଲା । ଶନିବାର ସଂଧ୍ୟା ସମୟରେ ପ୍ରିୟଙ୍କା ଓ ଶୃତି ଦୁଇ ସାଙ୍ଗ ହୋଇ ଜଳଖିଆ ଦୋକାନକୁ ଯାଉଥିବା ବେଳେ ଅସାବଧାନତା ବଶତଃ ଏହି ନିଅଁରେ ପଡି ଯାଇ ବୁଡି ଯାଇଥିଲେ ।

ତେବେ ବହୁ ସମୟ ଧରି ୨ଜଣ ଶିଶୁ ଘରକୁ ନଫେରିବାରୁ  ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ । ପରେ ଏହି ପାଚେରୀ ଗାତ ନିକଟରେ ଚପଲ ପଡିଥିବାର ଦେଖିବାକୁ ପାଇଥିଲେ । ଉଭୟଙ୍କୁ ଉଦ୍ଧାର କରି ପରିବାର ଲୋକ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତରଖାନାରେ ଡାକ୍ତର ଉଭୟ ଶିଶୁଙ୍କୁ  ମୃତ ଘୋଷଣା କରିଥିବା ଜଣାପଡିଛି ।ଏହାକୁ ନେଇ ମେଡିକାଲ ପରିସରରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.