ଲିଫ୍ଟ ଦେବା ଵାହାନାରେ ୨ ଭଉଣୀଙ୍କୁ ଅପହରଣ !

Published By : Prameya-News7 Bureau | February 23, 2019 IST

ଜୟପୁର ୨୩/୨: ଲିଫ୍ଟ ଦେବା ଵାହାନାରେ ଦୁଈ ଭଉଣୀଙ୍କୁ ଅପହରଣ ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ରାଣୀଗଡ଼ରୁ। ନିଜ ଜେଜେ ମାଆଙ୍କ ସହ ୨ ଭଉଣୀ ସାରିକା ଖରା ଓ ଲିଜା ଖରା ରାଣୀଗଡରୁ କେବିଡି ଆସୁଥିଲେ।

ଏହି ସମୟରେ ଜଣେ ଅଜଣା ବ୍ୟକ୍ତି ବାଇକରେ ସେହି ରାସ୍ତା ଦେଇ ଆସୁଥିବା ବେଳେ ଏହି ଦୁଇ ଭଉଣୀଙ୍କୁ କେବିଡିରେ ଛାଡି ଦେବ କହି ଲିଫ୍ଟ ଦେଈଥିଲା। କିନ୍ତୁ ପରେ କେବିଡିରେ ଛାଡିବା ବଦଳରେ କୁଆଡେ ଅପହରଣ କରି ନେଇ ଯାଇଥିବା ପରିବାର ଲୋକ ଵୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.