ବନ୍ଧୁକ ମୁନରେ ଦୁଇ ଭଉଣୀଙ୍କୁ ଅପହରଣ : ଦୁଇ ଦିନ ଯାଏଁ ୫ ଯୁବକ କଲେ ଗଣଦୁଷ୍କର୍ମ

Published By : Prameya-News7 Bureau | August 25, 2020 IST

କରୌଲି ୨୫/୦୮ : ରାଜସ୍ଥାନ କରୌଲି ଜିଲ୍ଲା ହିଡେନ ଥାନା ଅଞ୍ଚଳରେ ଘରେ ଶୋଇଥିବା ଦୁଇ ସମ୍ପର୍କୀୟ ଭଉଣୀଙ୍କୁ ୫ ଯୁବକ ବନ୍ଧୁକ ଦେଖାଇ ଅପହରଣ କରିନେଲେ | ଅଭିଯୁକ୍ତମାନେ ଦୁଇ ଭଉଣୀଙ୍କୁ ଏକ କୋଠରୀରେ ବନ୍ଧକ ରଖି ଦୁଇ ଦିନ ଯାଏଁ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ | ମାମଲାରେ ପ୍ରାଥମିକ ରିପୋର୍ଟ ରୁଜ୍ଜୁ ହେବାପରେ ପୋଲିସ ଦୁଇ ଭଉଣୀଙ୍କର ମେଡିକାଲ ଯାଞ୍ଚ କରାଇଛି | ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି | କିନ୍ତୁ ଏବେ ଯାଏଁ ତାଙ୍କର କୌଣସି ପତା ମିଳିନାହିଁ | ପୀଡିତାଙ୍କ ମଧ୍ୟରୁ ଜଣେ ନାବାଳିକା | ଘଟଣା ପରେ ପୀଡିତାଙ୍କ ପରିବାର ଭୟରେ ରହିଛି |

ପୋଲିସ ଅନୁଯାୟୀ, ଅଗଷ୍ଟ ୨୧ ତାରିଖ ରାତିରେ ହିଡେନ ଥାନା ଅଞ୍ଚଳରେ ଘଟଣା ଘଟିଥିଲା | ମାମଲାରେ ଜଣେ ପୀଡିତାଙ୍କ ପିତା ୩ ଯୁବକଙ୍କ ନାଁ ଖୁଲାସା କରି ୫ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି | ମାମଲା ଅନୁଯାୟୀ, ଅଗଷ୍ଟ ୨୧ ତାରିଖ ରାତିରେ ଦୁଇ ସମ୍ପର୍କୀୟ ଭଉଣୀ ଗୋଟିଏ କୋଠରୀରେ ଶୋଇଥିଲେ | ପରିବାରର ଅନ୍ୟ ସଦସ୍ୟ ଘର ଛାତ ଉପରେ ଶୋଇଥିଲେ | ଏତିକିବେଳେ ୫ ଯୁବକ ଆସି କବାଟ ଖଟଖଟ କରିଥିଲେ | ଜଣେ ପୀଡିତା ଆସି କବାଟ ଖୋଲିବା ପରେ ଅଭିଯୁକ୍ତମାନେ ତାଙ୍କୁ ବନ୍ଧୁକ ଦେଖାଇଥିଲେ | ଏତିକିବେଳେ ଆଉ ଜଣେ ଯୁବତୀ ସେଠାରୁ ପଳାଇ ଯାଇଥିଲେ | ଏହାପରେ ଅଭିଯୁକ୍ତମାନେ ଦୁଇ ଯୁବତୀଙ୍କୁ ଅପହରଣ କରି ଏକ କୋଠରୀକୁ ନେଇଯାଇଥିଲେ | ସେଠାରେ ଦୁଇ ଭଉଣୀଙ୍କୁ ବନ୍ଧକ ରଖି ଦୁଇ ଦିନ ଯାଏଁ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ |

ରବିବାର ଦିନ ଦୁଇ ଭଉଣୀ କୌଶଳ କରି ଅଭିଯୁକ୍ତଙ୍କ କବଳରୁ ବାହାରି ଘରକୁ ଆସିଥିଲେ | ଘରେ ଆସି ପରିବାର ଲୋକଙ୍କୁ ସବୁ କଥା କହିଥିଲେ | ଏହାପରେ ପରିବାର ଲୋକେ ତାଙ୍କୁ ନେଇ ଥାନାକୁ ଯାଇଥିଲେ ଏବଂ ମାମଲା ରୁଜ୍ଜୁ କରିଥିଲେ | ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ୨ଟି ଟିମ ଗଠନ କରିଛି | ଏହି ଟିମ ସମ୍ଭାବ୍ୟ ଠିକଣାରେ ଚଢ଼ାଉ କରୁଛି | ମାମଲାର ଯାଞ୍ଚ ମହିଳା ସେଲର ଜଣେ ଆରପିଏସ ଅଧିକାରୀଙ୍କ ଦ୍ୱାରା କରାଯାଉଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.