ପୁଣି ଲଜ୍ଜା : ରାସ୍ତାରେ ବୁଲୁଥିବାବେଳେ ଦୁଇ ନାବାଳିକା ଭଉଣୀଙ୍କୁ ଟେକିନେଇ ଗଣଦୁଷ୍କର୍ମ କଲେ ୮ଜଣ

Published By : Prameya-News7 Bureau | June 22, 2019 IST

ସୀତାମଢି ୨୨/୬ : ବିହାରରେ ରାସ୍ତା କଡରେ ଚାଲୁଥିବା ୨ ଜଣେ ଭଉଣୀଙ୍କୁ ୮ଜଣ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତମାନେ ଦୁଷ୍କର୍ମ ବେଳର ଭିଡିଓ ମଧ୍ୟ ରେକଡିଂ କରିଛନ୍ତି । ଶୁକ୍ରବାର ଦିନ ପୀଡିତା ଭଉଣୀ ଥାନାରେ ଅଭିଯୋଗ କରିଥିଲେ ।

ଘଟଣା ବିହାରର ସୀତାମଢି ଜିଲ୍ଲା କନହୌଲି ଅଂଚଳରେ ଘଟିଛି । ସୂଚନାଯୋଗ୍ୟ ଯେ, ଗୁରୁବାର ରାତି ପାଖାପକ୍ଷୀ ୮ଟା ବେଳେ ଦୁଇ ନାବାଳିକା ଭଉଣୀ ରାସ୍ତାରେ ବୁଲୁଥିଲେ । ଏତିକିବେଳେ ଜଣେ ମହିଳା ତାଙ୍କୁ ତାଙ୍କ ସହ ଚାଲିବାକୁ କହିଥିଲେ । ମହିଳାଙ୍କ ସହ କିଛି ବାଟ ଗଲାପରେ ଅଭିଯୁକ୍ତମାନେ ଦୁଇ ଭଉଣୀଙ୍କୁ କାବୁ କରିଥିଲେ ଏବଂ ତାଙ୍କୁ ଟେକି ନେଇଥିଲେ । ଉକ୍ତ ମହିଳା ଏହା ଦେଖି ସେହି ସ୍ଥାନରୁ ପଳାଇଥିଲେ । ୮ଜଣ ଯୁବକ ଦୁଇ ଭଉଣୀଙ୍କ ସହ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ପରେ ଅଭିଯୁକ୍ତ ଯୁବକମାନେ ସେଠାରୁ ପଳାଇଥିଲେ ।

{"id":125756}

ଦୁଇ ଭଉଣୀ ସାଙ୍ଘାତିକ ଅବସ୍ଥାରେ ନିଜ ଘରକୁ ଫେରିଥିଲେ । ଦୁଇ ଭଉଣୀଙ୍କୁ ଏଭଳି ଅବସ୍ଥାରେ ଦେଖି ତାଙ୍କ ମା ଡରିଯାଇଥିଲେ । ଦୁଇ ଭଉଣୀ ନିଜ ମାଙ୍କୁ ସବୁ ଘଟଣା କହିଥିଲେ । ଘରଲୋକ ପୀଡିତାଙ୍କୁ ନେଇ ଥାନାରେ ଅଭିଯୋଗ କରିଥିଲେ । ପୀଡିତାଙ୍କ ବୟାନ ଅନୁଯାୟୀ ପୋଲିସ ମାମଲା ରୁଜ୍ଜୁ କରିଛି । ପୀଡିତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ୭ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରି ତାଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.