ଗାଧୋଇବାକୁ ଯାଇଥିବା ବେଳେ ନାଳରେ ବୁଡି ୨ ଭଉଣୀ ମୃତ

Published By : Prameya-News7 Bureau | September 14, 2018 IST

ଅନୁଗୁଳ ୧୪/୯ : ଜରପଡା ଥାନା ଅନ୍ତର୍ଗତ ଉଗି ପଞ୍ଚାୟତ ଲେମ୍ବୁତଇଳା ଗାଁରେ ଅଘଟଣ ଘଟିଛି | ନାଳରେ ବୁଡି ୨ ଭଉଣୀଙ୍କ ମୃତ୍ୟୁ ହୋଇଛି | ମୃତକ ହେଲେ ଝୁଲୁ ସାହୁ(୧୬) ଓ ରେଣୁ ସାହୁ (୧୦) | ଗାଧୋଇବାକୁ ଯାଇଥିବେ ବେଳେ ପ୍ରଥମେ ସାନ ଭଉଣୀ ରେଣୁ ବୁଡି ଯିବା ଯୋଗୁଁ ବଡ ଭଉଣୀ ଝୁଲୁ ତାକୁ ଉଦ୍ଧାର କରିବାକୁ ଯାଇଥିଲେ | ତେବେ ସେ ମଧ୍ୟ ବୁଡି ଯାଇଥିଲେ | ସୂଚନାଯୋଗ୍ୟ ଯେ, ନାଳ ମଧ୍ୟରେ ଖରା ଦିନେ ପିଇବା ପାଣି ପାଇଁ ଗୋଟିଏ ବଡ ଗାତ କରାଯାଇଥିଲା | ଏବେ ବର୍ଷାରେ ନାଳରେ ପାଣି ଭର୍ତ୍ତି ହୋଇଥିବାରୁ ସେହି ଗାତଟି ଦେଖାଯାଇନଥିଲା | ଦୁଇ ଭଉଣୀ ଯାକ ସେହି ଗାତ ଭିତରେ ବୁଡି ଯାଇଥିଲେ | ମୃତକଙ୍କ ପିତା ହେଲେ ପିତେଇ ସାହୁ | ବଡ ଭଉଣୀ ଝୁଲୁ ଅନ୍ତୁଳିଆ ହାଇସ୍କୁଲରେ ନବମ ଶ୍ରେଣୀରେ ପଢୁଥିଲେ | ସ୍କୁଲ ଯିବା ପାଇଁ ଗାଧୋଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି | ଖବର ପାଇ ପୋଲିସ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି | ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.