Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ପ୍ରକୃତ ଘଟଣା କ’ଣ ? ୨ ଭଉଣୀ କାହିଁକି ନଦୀକୁ ଡେଇଁଲେ, ଏପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ

26/10/2020 at 5:37 PM

ବାଲାଙ୍ଗୀର୨୬/୧୦: ଏକାସାଙ୍ଗରେ ୨ ଭଉଣୀ ନଦୀକୁ ଡେଇଁବା ଘଟଣା ବର୍ତ୍ତମାନ ରହସ୍ୟ ଘେରରେ ରହିଛି। ଦୁଇ ଭଉଣୀ ନଦୀକୁ ଡେଇଁବା ପଛରେ କାରଣ, ଏପର୍ଯ୍ୟନ୍ତ ଜଣାପଡି ନାହିଁ। ଏହି ମୃତ୍ୟୁ ଘଟଣାରେ ମୃତ ୨ ଭଉଣୀଙ୍କ ବାପ-ମାଆ ଏବଂ ପୋଲିସ୍ ଚୁପ୍‌ ରହିଛନ୍ତି।

ଘରେ ୨ ଭଉଣୀଙ୍କ  ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା କି? ଏ ସଂପର୍କରେ ମଧ୍ୟ ବାପ-ମାଆ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ପୂର୍ବ ଶତ୍ରୁତା କେନ୍ଦ୍ର କରି ନଦୀକୁ ୨ ଭଉଣୀଙ୍କୁ କିଏ ଠେଲି ଦେଇନି ତ? ଏ ସଂପର୍କରେ ପୋଲିସ୍ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ବର୍ତ୍ତମାନ ୨ ଭଉଣୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଲାଗି ରହିଛି। ୨ ଭଉଣୀଙ୍କୁ ଆତ୍ମହତ୍ୟା କରିବାକୁ କେହି ବାଧ୍ୟ କରି କରିଛନ୍ତି କି? ଯାହାଫଳରେ ସ୍କୁଟି ଓ ଚପଲ ରଖି ସୁସ୍ଥ ମସ୍ତିଷ୍କରେ ୨ ଭଉଣୀ  ନଦୀକୁ କାହିଁକି ଡେଇଁଲେ। ଯଦି ତରବରିଆ ଆତ୍ମହତ୍ୟା କରିଥାନ୍ତେ, ଘଟଣାସ୍ଥଳର ଚର୍ତୁପାଶ୍ବରୁ ଜଣାପଡିଥାନ୍ତା। କିନ୍ତୁ ସେମିତି କିଛି ଦେଖିବାକୁ ମିଳି ନଥିଲା।

ବିଭିନ୍ନ ଦିଗକୁ ଲକ୍ଷ୍ୟ କଲେ ୨ ଭଉଣୀଙ୍କ ମୃତ୍ୟୁ ଏବେ ରହସ୍ୟ ଘେରରେ ରହଛି। ପରିବାରିକ ଝଗଡ଼ା ହୋଇନଥିଲା, ୨ ଭଉଣୀଙ୍କ ମଧ୍ୟରେ ଗଳି ଝଗଡ଼ା ବି ହୋଇନଥିଲା, ପାରିବାରିକ କହଳ ବି ଥିଲା, ୨ ଭଉଣୀଙ୍କୁ ବାପ-ମାଆ ଗାଲି ଗୁଲଜ ବି ଦେଇନଥିଲେ ଏବଂ ୨ ଭଉଣୀଙ୍କର କେହି ଶତ୍ରୁ ବି ନଥିଲେ।

ତେବେ ସେମାନେ ଆତ୍ମହତ୍ୟା କଲେ କାହିଁକି? ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଲାଗି ରହିଛି। କିଏ କିଏ କହୁଛନ୍ତି ଯେ, ୨ ଜଣଙ୍କୁ ଆତ୍ମହତ୍ୟା କରିବାକୁ କେହି ବାଧ୍ୟ କରିଥିଲେ କି? ନା ଦୁଇଭଉଣୀଙ୍କୁ ନିଜ ଇଚ୍ଛାରେ ଆତ୍ମହତ୍ୟା କରିଛନ୍ତି। ଯଦି ନିଜ ଇଚ୍ଛାରେ ଆତ୍ମହତ୍ୟା କରିଛନ୍ତି, ତେବେ ତାହା ପଛର କାରଣ କଣ ? ଯାହାକୁ ନେଇ ଚର୍ଚ୍ଚା ଜୋର ଆରମ୍ଭ ହୋଇଗଲାଣି।

   Related Posts