Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

୨୪ ଘଣ୍ଟା ମଧ୍ୟରେ ପୁଣି ଏକ ସେକ୍ସ ରାକେଟ ଉପରେ ଚଢଉ, ୨ ଯୁବତୀ ଉଦ୍ଧାର ୨ ଗ୍ରାହକଙ୍କ ସହ ୪ ଗିରଫ

23/09/2019 at 6:25 PM

ରାୟଗଡା୨୩|୯; ରାୟଗଡା ସହରରେ ବେଧଡକ ଭାବେ ଚାଲିଥିବା ଏକ ସେକ୍ସ ରାକେଟ ଉପରେ ପୋଲିସ ଚଢ଼ାଉ କରିଛି । ସହରର ଗାୟତ୍ରୀ ନଗରରେ ଏକ ଘରେ ଚାଲିଥିବା ସେକ୍ସ ରାକେଟ ଉପରେ ଚଢ଼ାଉ କରିଛି ରାୟଗଡା ପୋଲିସ ।

ଏହି ଘଟଣାରେ ୨ଜଣ ଗ୍ରାହକ ସହ ୨ ଦଲାଲଙ୍କୁ ଗିରଫ କରିବା ସହ ୨ ଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଛି। ଗିରଫ ୨ ଯୁବକ ନବରଙ୍ଗପୁର ଜିଲ୍ଲା ଉମରକୋଟ ହୋଇଥିବା ବେଳେ ୨ ଯୁବତୀ ଅନ୍ଧ୍ରପ୍ରଦେଶର ଵୋଵିଲି ସହରର ବୋଲି ଜଣାପଡିଛି।

ଆଜି ଗାୟତ୍ରୀ ନଗର ତୃତୀୟ ଲେନରେ ଏକ ଘରେ ସେକ୍ସ ରାକେଟ ଚାଲିଥିବା ନେଇ ପୁଲିସ ନିକଟରେ ସୂଚନା ପହଞ୍ଚିଥିଲା। ଏହାପରେ ପୁଲିସର ଏକ ସ୍ଵତନ୍ତ୍ର ଟିମ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଅସଞ୍ଜତ ଅଵସ୍ଥାରେ ଥିବା ୨ଜଣ ଯୁବକଙ୍କୁ  ଘଟଣାସ୍ଥଳରୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି।

ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଏସଡିପିଓ ପ୍ରକାଶ କରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ଦ୍ବିତୀୟ ଘଟଣା। ଗତକାଲି ସଂଧ୍ୟାରେ ମଧ୍ୟ ଏଫସିଆଇ ଛକରେ ଚାଲିଥିବା ଏକ ସେକ୍ସ ରାକେଟ ଠାଵ ହୋଇଥିଲା। ସେହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିଲା।

   Related Posts