Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କୁ ସ୍ପର୍ଶ କରିବା ପଡିଲା ମହଙ୍ଗା: ୨ ସେବାୟତ ନିଲମ୍ବିତ, ପୁରୀ ବିଧାୟକଙ୍କୁ ନୋଟିସ

24/06/2019 at 6:37 PM

ପୁରୀ୨୪|୬: ସ୍ନାନବେଦୀରେ ବିଧାୟକଙ୍କୁ ନେଇ ଦର୍ଶନ କରାଇଥିବା ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ କଡା ଆଭିମୁଖ୍ୟ । ସେବାୟତ ସୋମନାଥ ଖୁଣ୍ଟିଆ, ରାଜାରାମ ଖୁଣ୍ଟିଆଙ୍କୁ  ନିଲମ୍ବିତ କରାଯାଇଛି । ଏହାସହ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ସହ ଅନ୍ୟ କେତେଜଣ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ନୋଟିସ୍ କରିଛି । ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ନୋଟିସ୍ ରେ କୁହାଯାଇଛି । …

ମହଙ୍ଗାପଡିଲା ନିୟମ ଉଲ୍ଲଘଂନ । ସ୍ନାନବେଦୀକୁ ବିଧାୟକଙ୍କୁ ନେବା ଘଟଣାରେ ଦୁଇ ସେବାୟତ ନିଲମ୍ବିତ । ସେବାୟତ ସୋମନାଥ ଖୁଣ୍ଟିଆ ଓ ରାଜାରାମ ଖୁଣ୍ଟିଆଙ୍କୁ ନିଲମ୍ବନ କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଆଇନର ୨୧ (ବି) ଧାରାରେ ନିଲମ୍ବନ କରାଯାଇଥିବା ନୋଟିସ୍ ରେ ଉଲ୍ଲେଖ ରହିଛି । ଉଭୟ ମହାପ୍ରଭୁଙ୍କ କୌଣସି ସେବା କରିପାରିବେ ନାହିଁ । ଏହାଛଡା ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ସହ ଏକାଧିକ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଦସ୍ତଖତରେ ଏହି ନୋଟିସ୍ ପଠାଯାଇଛି । ୭ ଦିନ ଭିତରେ ଜବାବ ରଖିବାକୁ କୁହାଯାଇଛି । ବିଧାୟକଙ୍କ କିନ୍ତୁ କହିଛନ୍ତି, କଟକଣା ସଂପର୍କରେ ସେ ଜାଣିନଥିଲେ ।ଆଗକୁ ଏଭଳି ଭୁଲ ହେବ ନାହିଁ ।ସେପଟେ ସେବାୟତ ନିଯୋଗ ପକ୍ଷରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରାଯାଇଛି ।

ଶ୍ରୀମନ୍ଦିର ପ୍ରଶାସନ ସ୍ନାନଯାତ୍ରା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାବଳୀ ପ୍ରସ୍ତୁତ କରିଥିଲା। ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଥିଲା କି ସ୍ନାନଯାତ୍ରା ସମୟରେ ନୀତି ସହ ସଂପୃକ୍ତ ସେବକମାନେ ହିଁ ମଣ୍ଡପକୁ ଯାଇପାରିବେ। କିନ୍ତୁ ଏହାକୁ ଉଲ୍ଲଙ୍ଘନ କରାଯାଇଥିଲା । ଅନେକ ଅଣସ୍ବୀକୃତ ସେବାୟତ ମଣ୍ଡପ ଉପରକୁ ଚଢ଼ି ଠାକୁରଙ୍କୁ ସ୍ପର୍ଶ କରିଥିଲେ। ଏପରିକି ପୁରୀ ବିଧାୟକ ସ୍ନାନମଣ୍ଡପ ଉପରକୁ ଏକାଧିକ ଥର ଚଢ଼ିଥିଲେ । ବିଧାୟକଙ୍କୁ ସ୍ନାନ ମଣ୍ଡପକୁ ନେବା ପଛରେ ବହୁ ସେବାୟତଙ୍କ ହାତ ଥିବା ସିସିଟିଭି ଫୁଟେଜରୁ ଜଣାପଡିବା ପରେ ଆକ୍ସନକୁ ଆସିଛି ଶ୍ରୀମନ୍ଦିର ପ୍ରଶାସନ । ୨ ଜଣ ସେବାୟତଙ୍କୁ ନିଲମ୍ବନ କରିଛି । ତେବେ ସେବାରେ ନଥିବାରୁ ତାଙ୍କ ନିଲମ୍ବନ ଏକ ଷଡଯନ୍ତ୍ର ବୋଲି କହିଛନ୍ତି ସେବାୟତ ସୋମନାଥ ଖୁଣ୍ଟିଆ ।

ଏହା ଛଡ଼ା କେତେକ ସେବାୟତ ସ୍ନାନମଣ୍ଡପ ଉପରୁ ସ୍ନାନଜଳ, ତୁଳସୀ ଆଦି ବାଣ୍ଟିବା ସହ ମଣ୍ଡପ ପାର୍ଶ୍ବ କାନ୍ଥରେ ବସି ଭକ୍ତି ଭାବନାକୁ ଆଘାତ ଦେଇଥିଲେ । ଏହାକୁ ବି ଗୁରୁତ୍ବର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ।

   Related Posts