ବାଟରୁ ଉଠାଇଲେ ମଦୁଆ, ଅଧା ବାଟରେ ମୋଡ଼ି ଦେଲା ଗାଡ଼ିର ଷ୍ଟିୟରିଙ୍ଗ୍‌, ଏବେ ଅବସ୍ଥା ସଙ୍କଟାପର୍ଣ୍ଣ

Published By : Prameya-News7 Bureau | June 29, 2021 IST

wp:heading {"level":4}

ଆନନ୍ଦପୁର, ୨୯/୦୬: ଆନନ୍ଦପୁର ଅଞ୍ଚଳରେ ଏକ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଆନନ୍ଦପୁର-ଭଦ୍ରକ ରାସ୍ତାର ଶାଳବଣି ଛକ ନିକଟରେ ଏକ ଅଟୋ ଓଲଟି ପଡିବାରୁ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଆନନ୍ଦପୁର ଅଗ୍ନିଶ୍ରମ ବିଭାଗ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରିବାକୁ ଡାକ୍ତର କହିଛନ୍ତି ।

/wp:heading wp:heading {"level":4}

ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଅଞ୍ଚଳରୁ ଜଣେ ବୃଦ୍ଧା ଅଟୋ ଭଡାକରି ସୋସ ଥାନ ହଦଗଡ ଅଞ୍ଚଳରେ ଥିବା ନିଜ ବନ୍ଧୁ ଘରକୁ ଯାଉଥିଲେ । ବାଟରେ ପଦ୍ମପୁର ଛକ ଠାରେ ଦୁଇ ଚିହ୍ନା ପରିଚିତ ଦେଖା ହେବାରୁ ଅଟୋରେ ସେମାନଙ୍କୁ ତାଙ୍କ ସାଇକେଲ ସହ ଉଠାଇଥିଲେ । ପଛରେ ଜାଗା ନହେବାରୁ ଜଣେ ଲୋକ ଆଗରେ ବସିଥିଲା । ହେଲେ ସଂପୃକ୍ତ ବ୍ୟକ୍ତି ଜଣକ ନିଶାସକ୍ତ ଅବସ୍ଥାରେ ଥିବାରୁ ହଠାତ୍ ଅଟୋର ଷ୍ଟିୟରିଙ୍ଗ୍‌ ମୋଡି ଦେଇଥିଲେ । ଫଳରେ ଅଟୋ ରାସ୍ତା ତଳକୁ ଓଲଟି ପଡିଥିବା ଚାଳକ କହିଛନ୍ତି ।

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.