କୂଳଡିହା ଦନ୍ତା ହାତୀ ଆକ୍ରମଣରେ ଦୁଇ ଗୁରୁତର
17/12/2019 at 10:43 PM

ନୀଳଗିରି ୧୭।୧୨ – ଦିନକୁ ଦିନ ବଢୁଛି କୂଳଡିହା ହାତୀଙ୍କ ଉପଦ୍ରବ ଓ ମଣିଷକୁ ଆକ୍ରମଣ। କୂଲଡ଼ିହା ଦନ୍ତା ହାତୀ ଆକ୍ରମଣରେ ଦୁଇଜଣ ଗୁରୁତର ହୋଇ ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।
ଆମ୍ବଝର ଗ୍ରାମର ଶିଶୁ ସିଂ ଓ ଇନ୍ଦ୍ରଜିତ ସିଂ ଦୁଇଜଣ ଘର ନିକଟ ନିଜ ଧାନ କ୍ଷେତରେ କଳେଇ ବାନ୍ଧୁ ଥିବା ବେଳେ ଅଚାନକ ଗୋଟିଏ କୂଳଡ଼ିହା ଦନ୍ତା ସେମାନଙ୍କୁ ଆକ୍ରମଣ କରିଥିଲା। ହାତୀ ଆକ୍ରମଣରେ ଏହି ଦୁଇ ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କ ଚିତ୍କାର ଶୁଣି ଅନ୍ୟମାନେ ଆସିବାରୁ ହାତୀ ପଳାଇଥିଲା। ଗୁରୁତର ଆବସ୍ଥାରେ ଏମାନଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
Related Posts
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021