ଓଲଟିଲା ବ୍ୟାଣ୍ଡପାର୍ଟି ଗାଡି : ୨ ଗୁରୁତର,୭ ଆହତ

Published By : Prameya-News7 Bureau | July 08, 2019 IST

ମୟୂରଭଞ୍ଜ  ୮/୭: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ସୁନାପାଳ ଛକ ନିକଟରେ ରାସ୍ତାପାର୍ଶ୍ବକୁ ବ୍ୟାଣ୍ଡପାର୍ଟି ଗାଡି ଓଲଟିବା ଫଳରେ ୨ ଜଣ ଗୁରୁତର ହୋଇଥିବାବେଳେ ୭ଜଣ ଆହତ ହୋଇଛନ୍ତି। ଉଦଳାରେ ଏକ ବାହାଘରରେ ବ୍ୟାଣ୍ଡପାର୍ଟି କାମ ସାରି ଆଠପଡା ଗ୍ରାମକୁ ଫେରୁଥିବାବେଳେ ସୁନାପାଳ ଛକ ନିକଟରେ ଗାଡିର ପଛପାଖ ଚକ ଫାଟିଯାଇଥିଲା । ଯାହାଦ୍ବାରା ଗାଡିର ଚାଳକ ଭାରସାମ୍ୟ ହରାଇବା ପରେ ଗାଡିଟି ରାସ୍ତାପାର୍ଶ୍ବକୁ ଓଲଟି ପଡିଥିଲା।

{"id":131586}

ଗାଡିରେ ଥିବା ୧୧ଜଣଙ୍କ ମଧ୍ୟରୁ ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଥିବାବେଳେ ୭ ଜଣ ଆହତ ହୋଇଛନ୍ତି । ଗୁରୁତର ଦୁଇ ଜଣଙ୍କୁ ଉଦଳା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଇବା ପରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି । ଅନ୍ୟ ୭ଜଣ ଆହତ ଉଦଳା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତି ହୋଇଛନ୍ତି । ଖବର ପାଇ ଉଦଳା ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । 

{"id":131583}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.