Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ସଡକ ଦୁର୍ଘଟଣାରେ କର୍ଣ୍ଣଲ ଏମ୍‌ଏସ୍ ଚୌହାନଙ୍କ ସମେତ ଦୁଇ ସେନା ଅଧିକାରୀଙ୍କ ମୃତ୍ୟୁ, ଲକ୍ଷ୍ୟ ଫିଲ୍ମରେ ହ୍ରିତିକ୍‌ଙ୍କ ସହ ନଜର ଆସିଥିଲେ

12/09/2020 at 3:13 PM

ଵିକାନେର ୧୨/୦୯ : ରାଜସ୍ଥାନ ଵିକାନେର ଜିଲ୍ଲାରେ ଏକ ବଡ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୁଇ ସେନା ଅଧିକାରୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଆଉ ଦୁଇ ସେନା ଅଧିକାରୀ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଆଖପାଖ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା । ସୂଚନା ପାଇ ସେନା ଅଧିକାରୀ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁଇ ଆହତ ଅଧିକାରୀଙ୍କୁ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରକ୍ଷା ପ୍ରବକ୍ତା କର୍ଣ୍ଣଲ ସମ୍ବିତ ଘୋଷ କହିଛନ୍ତି ଯେ ଦୁର୍ଘଟଣାରେ ୨୯ତମ ଇନଫେଣ୍ଟାରୀ ରେଜିମେଣ୍ଟର ସିଓ ମନୀଷ ସିଂହ ଚୌହାନ ଓ ମେଜର ନିରଜ ଶର୍ମାଙ୍କ ମୃତ୍ୟୁ ହୋଇଛି । ମନୀଷ ସିଂହଙ୍କୁ ଅଭିନେତା ହ୍ରିତିକ୍ ରୋଶନଙ୍କ ସହ ଲକ୍ଷ୍ୟ ଡୀଲମରେ କ୍ୟାଡେଟ ଚରିତ୍ରରେ ଦେଖିବାକୁ ମିଳିଥିଲା ।

ସୂଚନା ଅନୁଯାୟୀ, ସେରୁଣା ଥାନା ଅନ୍ତର୍ଗତ ଯୋଧପୁର ଗାଁରେ ଦୁର୍ଘଟଣା ହୋଇଛି । ସେନାର ସଫାରୀ ଗାଡିରେ କିଛି ଅଧିକାରୀ ଵିକାନେରରୁ ଶ୍ରୀଡୁଙ୍ଗରଗଡ଼ ଯାଉଥିଲେ । ଯୋଧପୁର ଗାଁ ନିକଟରେ ଗାଡି ଅନିୟନ୍ତ୍ରିତ ହୋଇ ଓଲଟି ଯାଇଥିଲା । ଶନିବାର ସକାଳୁ ଯୋଧପୁର ଗାଁ ନିକଟରେ ହଠାତ ସଫାରୀ ଗାଡିର ଟାୟାର ଫାଟି ଯିବାରୁ ନିୟନ୍ତ୍ରଣ ହରାଇ ଗାଡି ଓଲଟି ଯାଇଥିଲା ।

   Related Posts