ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ : ଦିନ ୧୨ଟା ପରେ ଉପଲବ୍ଧ ହେବ ଫଳ

Published By : Prameya-News7 Bureau | June 02, 2019 IST

ଭୁବନେଶ୍ବର ୨/୬: ଆସନ୍ତାକାଲି ପ୍ରକାଶ ପାଇବ +୨ ବିଜ୍ଞାନ ଫଳ । କାଲି ମଧ୍ୟାହ୍ନ ୧୨ଟାରେ ଗୀତଗୋବିନ୍ଦ ଭବନରେ ପରୀକ୍ଷା ଫଳ ପ୍ରକାଶ ପାଇବ  ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି । ଏଥର ୯୯ହଜାର ୧୮ଜଣ ଛାତ୍ରଛାତ୍ରୀ +୨ ବିଜ୍ଞାନ ପରୀକ୍ଷା ଦେଇଛନ୍ତି ।

ଚଳିତବର୍ଷ ଯଦିଓ ପୂର୍ବବର୍ଷ ଗୁଡ଼ିକ ତୁଳନାରେ ବିଳମ୍ବରେ ରେଜଲ୍ଟ ପ୍ରକାଶ ପାଉଛି ଏଥର ଯେପରି ତ୍ରୁଟି ନରହେ ସେଥିପ୍ରତି କର୍ତ୍ତୃପକ୍ଷ ସମସ୍ତ ପ୍ରସ୍ତୁତି କରିଛନ୍ତି । ଚଳିତବର୍ଷ ସାଧାରଣ ନିର୍ବାଚନ ପ୍ରକ୍ରିୟା, ବାତ୍ୟାର ପ୍ରଭାବ ଯୋଗୁଁ ଫଳ ପ୍ରକାଶରେ ବିଳମ୍ବ ହେଲା ବୋଲି ପରିଷଦ ପକ୍ଷରୁ କୁହାଯାଇଛି । ହେଲେ ଜୁନ୍ ଦ୍ବିତୀୟ ସପ୍ତାହରେ +୨ କଳା, ବାଣିଜ୍ୟ ଫଳ ପ୍ରକାଶ ପାଇବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ www.orissaresults.nic.in ଓ www.chseodisha.nic.in ୱବସାଇଟରେ ଦିନ ୧୨ଟା ପରଠାରୁ ରେଜଲ୍ଟ ଦେଖିପାରିବେ । ସେହିପରି ୬ ତାରିଖ ଦିନ ଠାରୁ ଆରମ୍ଭ ହେବ ନାମ ଲେଖାର ପ୍ରକ୍ରିୟା । ଛାତ୍ରଛାତ୍ରୀମାନେ WWW.SAMSODISHA.GOV.IN ମାଧ୍ୟମରେ ଆବେଦନ କରିପାରିବେ । ୨୦ ତାରିଖ ଆବେଦନର ଶେଷ ତାରିଖ । ଜୁନ୍  ୨୬ରେ ପ୍ରଥମ ମେରିଟ ଲିଷ୍ଟ ଓ ଜୁଲାଇ ୮ରେ ଦ୍ବିତୀୟ ମେରିଟ ଲିଷ୍ଟ ବାହାରିବ । ଜୁଲାଇ ୨୪ରୁ କଲେଜରେ ପାଠପଢ଼ା ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.