Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ

3/06/2019 at 8:45 AM

ଭୁବନେଶ୍ୱର ୩/୬ : ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ମଧ୍ୟାହ୍ନ ୧୨ଟା ରେ ଗୀତଗୋବିନ୍ଦ ଭବନରେ ପରୀକ୍ଷା ଫଳ ପ୍ରକାଶ ପାଇବା ବୋଲି ଉଚ୍ଚ ମାଧ୍ୟମିକ ପରିଷଦ ପାଖରୁ ସୂଚନା ଦିଆଯାଇଛି । ଏଥର ୯୯ ହଜାର ୧୮ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଛନ୍ତି । ଜୁନ ଦ୍ୱିତୀୟ ସପ୍ତାହରେ କଳା ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇବ । ଚଳିତ ବର୍ଷ ପୂର୍ବ ବର୍ଷ ତୁଳନାରେ ବିଳମ୍ବରେ ପରୀକ୍ଷାଫଳ ପ୍ରକାଶ ପାଉଛି । ପରୀକ୍ଷାଫଳରେ ଯେଭଳି କୌଣସି ତ୍ରୁଟି ନରହେ ସେଥିପାଇଁ କର୍ତୃପକ୍ଷ ସମସ୍ତ ପ୍ରସ୍ତୁତି କରିଛନ୍ତି । ଚଳିତଥର ସାଧାରଣ ନିର୍ବାଚନ ଫଳାଫଳ ଓ ବାତ୍ୟାର ପ୍ରଭାବ ଯୋଗୁଁ ପରୀକ୍ଷାଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି । ଛାତ୍ରଛାତ୍ରୀମାନେ ନିମ୍ନଲିଖିତ ସାଇଟକୁ ନିଜ ନିଜ ପରୀକ୍ଷାଫଳ ଚେକ କରିପାରିବେ :

www.orissaresults.nic.in

ଜୁନ ୬ ତାରିଖ ପରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ > www.samsodisha.com.in ମାଧ୍ୟମରେ ଆବେଦନ କରିପାରିବେ । ୨୦ ତାରିଖ ଆବେଦନର ଶେଷ ତାରିଖ । ଜୁନ ୨୬ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ଓ ଜୁଲାଇ ୮ ତାରିଖରେ ଦ୍ୱିତୀୟ ମେରି୍ଟ ଲିଷ୍ଟ ବାହାରିବ । ଜୁଲାଇ ୨୪ ତାରିଖରେ କଲେଜମାନଙ୍କରେ ପାଠପଢା ଆରମ୍ଭ ହେବ ।

   Related Posts