ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଫଳ : ପାସ ହାର ୭୨.୩୩ ପ୍ରତିଶତ

Published By : Prameya-News7 Bureau | June 03, 2019 IST

ଭୁବନେଶ୍ୱର ୩/୬ : ଆଜି ଗୀତଗୋବିନ୍ଦ ଭବନରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି । ମୋଟ ୯୭ ହଜାର ୭୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏଥିରୁ ୭୦ ହଜାର ୭୦୬ ଛାତ୍ରଛାତ୍ରୀ ପାସ ହୋଇଛନ୍ତି ।ପରୀକ୍ଷାରେ ପାସ ହାର ହେଉଛି ୭୨.୩୩ ପ୍ରତିଶତ । ଏଥର ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି । ଗତ ବର୍ଷ ପାସ ହାର ୭୬.୯୮ ଥିଲା । ଚଳିତ ବର୍ଷ ପାସ ହାର ୪ ପ୍ରତିଶତ କମ ରହିଛି ।

{"id":119063}

୪୦ ହଜାର ୫୮ ଜଣ ଛାତ୍ର ପାସ କରିଥିବାବେଳେ ୩୦ ହଜାର ୬୪୮ ଜଣ ଛାତ୍ରୀ ପାସ କରିଛନ୍ତି । ଛାତ୍ରଙ୍କ ପାସ ହାର ୭୦.୪ ରହିଥିବାବେଳେ ଛାତ୍ରୀଙ୍କ ପାସ ହାର ୭୫.୦୨ ରହିଛି । ପ୍ରଥମ ଶ୍ରେଣୀରେ ୨୦ ହଜାର ୮୦୬ ଜଣ ପାସ କରିଛନ୍ତି । ପ୍ରଥମ ଶ୍ରେଣୀର ପାସ ହାର ହେଉଛି ୨୯.୪୨ । ସେହିଭଳି ଦ୍ୱିତୀୟ ଶ୍ରେଣୀରେ ପାସ କରିଛନ୍ତି ୨୩ ହଜାର ୯୦୪ ଜଣ ଛାତ୍ରଛାତ୍ରୀ । ଦ୍ୱିତୀୟ ଶ୍ରେଣୀର ପାସ ହାର ହେଉଛି ୩୩.୮୧ ପ୍ରତିଶତ । ତୃତୀୟ ଶ୍ରେଣୀରେ ୨୫ ହଜାର ୩୬୦ ଜଣ ପାସ କରିଛନ୍ତି । ପାସ ହାର ହେଉଛି ୩୫.୮୭ ପ୍ରତିଶତ ।

{"id":119064}

ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ପାସ ହାର ହୋଇଥିବାବେଳେ ସର୍ବନିମ୍ନ ପାସ ହାର ଗଜପତି ଜିଲ୍ଲାରେ ହୋଇଛି । ବାଲେଶ୍ୱର ଜିଲ୍ଲାର ପାସ ହାର ହେଉଛି ୮୬.୫୮ । ଗଜପତି ଜିଲ୍ଲାର ପାସ ହାର ହେଉଛି ୩୬.୨୦ । ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ୬୦ ରହିଛି । ଗତବର୍ଷ ଏହି ସଂଖ୍ୟା ୪୧ ଥିଲା । ରାଜ୍ୟର ୯ଟି କଲେଜରେ ଶୂନ ପ୍ରତିଶତ ପାସ ହାର ରହିଛି ।

{"id":119065}

ଅପରପକ୍ଷରେ ୨୯ଟି କଲେଜର ପାସ ହାର ୧୦୦ ପ୍ରତିଶତ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.