ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ଚିନାମାଳିପଶି ଓ ସୋରାସକେଲା ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀ

Published By : Prameya-News7 Bureau | January 22, 2022 IST

ପାଟଣା, ୨୨/୦୧: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ୨୦ଟି ପଞ୍ଚାୟତର ୬୪ ଜଣ ସମିତି ସଭ୍ୟ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଶନିବାର ବ୍ଲକରେ ଯାଞ୍ଚ ପରେ ୨ ଜଣ ସମିତି ସଭ୍ୟ ଅପ୍ରତିଦ୍ବନ୍ଦି ଭାବେ ଜିତି ଥିବା ଜଣା ପଡ଼ିଛି । ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ସମିତିସଭ୍ୟା ହେଲେ ଚିନାମାଳିପଶି ପଞ୍ଚାୟତର ଚାନ୍ଦମଣୀ ପାତ୍ର ଓ ସରାସକୋଲା ପଞ୍ଚାୟତର ବିଣାପାଣି ନାୟକ। ଚିନାମାଳିପଶି ପଞ୍ଚାୟତର ସମିତିସଭ୍ୟା ନିର୍ଦ୍ୱନ୍ଦରେ ନିର୍ବାଚିତ ପରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ବ୍ଲକ ବିଜେଡି ସଭାପତି ମାଧବା ନନ୍ଦ ପୃଷ୍ଟି ଓ ପାଟଣା ବ୍ଲକ ଅଧକ୍ଷ ବିଶ୍ୱନାଥ ନାୟକଙ୍କ ଉପସ୍ଥିତିରେ ସେ ଶନିବାର ବିଧିବଦ୍ଧ ଭାବେ ଶ୍ରୀ ପୃଷ୍ଟିଙ୍କ ଖମୁଁଆ ସ୍ଥିତ ବାସଭବନରେ ବିଜେଡିରେ ଯୋଗ ଦେଇଛନ୍ତି।

ସେହିପରି ସୋରାସକେଲା ପଞ୍ଚାୟତରେ ସମିତି ସଭ୍ୟା ପାଇଁ ଦୁଇ ଜଣ ପ୍ରାଥି ପତ୍ର ଦାଖଲ କରିଥିବା ବେଳେ ଅମୃତି ନାଏକଙ୍କ ପ୍ରାର୍ଥୀ ପତ୍ର ଯାଞ୍ଚ ସମୟରେ ନାକଚ ହୋଇ ଯିବାରୁ ବୀଣାପାଣି ନାୟକ ବିଜୟୀ ହୋଇଛନ୍ତି। ଏହା ସରକାରୀ ଭାବରେ ଘୋଷଣା ହୋଇନଥିଲେ ମଧ୍ୟ ଯାଞ୍ଚ ସମୟରେ ଜଣାପଡ଼ିଛି। ପାଟଣା ବ୍ଲକର ୨୦ଟି ପଞ୍ଚାୟତ ପାଇଁ ୯୧ ଜଣ ସରପଞ୍ଚଙ୍କ ପ୍ରାର୍ଥୀ ପତ୍ର କାଏମ ରହିଥିବା ବେଳେ ୬୪ ଜଣ ସମିତି ସଭ୍ୟଙ୍କ ପ୍ରାଥିପତ୍ର ମଧ୍ୟରୁ ୩ ଜଣଙ୍କର ନାକଚ ହେବା ପରେ ୬୧ ଜଣଙ୍କ କାଏମ ରହିଛି।ସେହିଭଳି ୪୫୧ ୱାର୍ଡ ସଦସ୍ୟପ୍ରାର୍ଥୀ ପତ୍ର ମଧ୍ୟରୁ ୮ ନାକଚ ହେବା ପରେ ୪୪୩ ଟି ପ୍ରାର୍ଥୀ ପତ୍ର କାଏମ ରହିଛି । ଏଥି ସହ ଚିନାମାଳିପଶି ପଞ୍ଚାୟତର ୧୨ଟି ୱାର୍ଡରୁ ୧୧ ଜଣ ୱାର୍ଡମେମ୍ବର ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.