ସରିଲା ଖାତା ଦେଖା : ଜୁନ୍‌ ତୃତୀୟ ସପ୍ତାହରେ ବାହାରିବ ପରୀକ୍ଷା ଫଳ

Published By : Prameya-News7 Bureau | June 11, 2019 IST

କଟକ ୧୧/୬: ଜୁନ୍‌ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ । ପରୀକ୍ଷା ଖାତା ମୂଲ୍ୟାୟନ ଶେଷ ହୋଇଥିବା ବେଳେ ଜୁନ୍‌ ୧୮ରୁ ୨୧ ଭିତରେ ରେଜଲ୍ଟ ପ୍ରକାଶ କରିବାକୁ ଯୋଜନା କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ସେପଟେ ଚଳିତ ଶିକ୍ଷାବର୍ଷ ଲାଗି ଯୁକ୍ତ ଦୁଇ ନାମ ଲେଖା ପାଇଁ ଚାଲିଛି ଅନଲାଇନ୍‌ ଆବେଦନ ପ୍ରକ୍ରିୟା । ଆସନ୍ତା ୨୬ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ କଟ୍‌ଅଫ୍‌ ମାର୍କ । ଟ୍ବିନ୍‌ ସିଟିର ପ୍ରମୁଖ କଲେଜ ଗୁଡ଼ିକରେ ନାମ ଲେଖାଇବାକୁ ଛାତ୍ରଛାତ୍ରୀଙ୍କ ଭିତରେ ଆଗ୍ରହ ଦେଖିବାକୁ ମିଳୁଛି ।

ସରିଲା ଖାତା ଦେଖା । ଜୁନ୍‌ ତୃତୀୟ ସପ୍ତାହରେ ବାହାରିବ ଫଳ । ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଖାତା ମୂଲ୍ୟାୟନ ଶେଷ ହୋଇଛି । ଜୁନ୍‌ ୧୮ରୁ ୨୧ ଭିତରେ ରେଜଲ୍ଟ ପ୍ରକାଶ କରିବାକୁ ଯୋଜନା କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । କଳାରେ ୨ଲକ୍ଷ ୩୫ହଜାର ୧୮୩ଜଣ, ବାଣିଜ୍ୟରେ ୨୭ହଜାର ୨୭୮ଜଣ ଏବଂ ଧନ୍ଦାମୂଳକ ପରୀକ୍ଷାରେ ୮ ହଜାର ୫୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ତେବେ ରେଜଲ୍ଟ ପ୍ରକାଶ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଟାବୁଲେସନ ସହ ସମସ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କୁହାଯାଇଛି ।

ସେପଟେ ଚଳିତ ଶିକ୍ଷାବର୍ଷ ଲାଗି ଯୁକ୍ତ ଦୁଇ ନାମଲେଖା ପାଇଁ ଜାରି ରହିଛି ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା । ଆସନ୍ତା ୨୬ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ କଟ୍‌ଅଫ୍‌ ମାର୍କ । ଟ୍ବିନ୍‌ ସିଟିର ପ୍ରମୁଖ କଲେଜ ଗୁଡ଼ିକରେ ନାମ ଲେଖାଇବାକୁ ଛାତ୍ରଛାତ୍ରୀଙ୍କ ଭିତରେ ଆଗ୍ରହ ଦେଖିବାକୁ ମିଳୁଛି ।

ଜୁନ୍‌ ୨୮ରୁ ଜୁଲାଇ ୨ ମଧ୍ୟରେ ଛାତ୍ରଛାତ୍ରୀମାନେ ନିଜ ନିଜ ପସନ୍ଦର କଲେଜରେ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇବେ । ଜୁଲାଇ ୨୪ରୁ ଆରମ୍ଭ ହେବ ପାଠପଢ଼ା ।

ଆସନ୍ତା ୨୪ରୁ ରାଜ୍ୟର ବିଭିନ୍ନ ବିଶ୍ବ ବିଦ୍ୟାଳୟରେ ସିଭିଲ ସର୍ଭିସ୍‌ ଆଶାୟୀଙ୍କ ପାଇଁ ମାଗଣା କୋଚିଂ କ୍ଲାସ୍‌ ଆରମ୍ଭ ହେବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ୧୦ଟି ବିଶ୍ବ ବିଦ୍ୟାଳୟରେ ଥିବା ସିଭିଲ୍‌ ସର୍ଭିସ୍‌ ସେଣ୍ଟରରେ କୋଚିଂ ଦିଆଯିବ ।ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ୧୦୦ଜଣ ସଭିଲ୍‌ ସର୍ଭିସ୍‌ ଆଶାୟୀଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାଦାନ ପାଇଁ ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.