ବାୟୋ ବବଲରେ ପଶିଲା କରୋନା, ରଥଖଳାରେ ଆଉ ୨ ସେବାୟତ ପଜିଟିଭ୍

Published By : Prameya-News7 Bureau | May 22, 2021 IST

ପୁରୀ, ୨୨/୦୫:  କରୋନା ସଂକ୍ରମଣ ରୋକିବାକୁ ବାୟୋ ବବଲ ଜାରୀ ପରେ ମଧ୍ୟ ଶନିବାର ରଥଖଳାରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ମଧ୍ୟରେ ଜଣେ ସହଯୋଗୀ ମହାରଣା ଓ ଜଣେ ଭୋଇ ସେବାୟତ ରହିଛନ୍ତି। ଆଜିକୁ ମିଶାଇ ରଥଖଳାରେ ସମୁଦାୟ ୨୦ରେ ପହଞ୍ଚିଛି ପଜିଟିଭ ଆକ୍ରାନ୍ତ ସଂଖ୍ୟା। ସେମାନଙ୍କର ନୀଳାଚଳ ଭକ୍ତ ନିବାସରେ ଚିକିତ୍ସା ଚାଲିଛି ।

ଏବେ ମୋଟ ୭୯ ଜଣ ରଥ ନିର୍ମାଣକାରୀ ସେବକ କାମରେ ଲାଗିଛନ୍ତି । ୩୦ ମହାରଣା, ୩୦ ଭୋଇ, ୪ କରତି, ୧୨ କମାର, ଅନ୍ୟ ୩ ଜଣ ସହାୟକ ସେବକ କାମରେ ଲାଗିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ବାୟୋ ବବଲ ବଳୟରେ ରଖାଯାଇଛି । ସମସ୍ତ ରଥ କାରିଗରଙ୍କୁ ପ୍ରଥମ ଡୋଜ୍‌ କରୋନା ଟିକା ଦିଆସରିଛି । ଏଥିସହ ସମସ୍ତଙ୍କ ନିମନ୍ତେ ସ୍ୱତନ୍ତ୍ର ଆଇସୋଲେସନ ବ୍ୟବସ୍ଥା କରାଯାଇଛି । ରଥ ନିର୍ମାଣ ନିମନ୍ତେ ନିୟୋଜିତ ହେବାକୁ ଥିବା ସେବକଙ୍କୁ ସଂଗରୋଧରେ ରଖି ଯାଞ୍ଚ ବେଳେ ୨୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ପୁଣି ୨ ସେବାୟତ ପଜିଟିଭ ଚିହ୍ନଟ ହୋଇଛି। ଜଣେ ସହଯୋଗୀ ମହାରଣା ଓ ଜଣେ ଭୋଇ ସେବାୟତ ସଂକ୍ରମିତ ହୋଇଛନ୍ତ।

ଶୁକ୍ରବାର ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ୮ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ୮ ଜଣଙ୍କ ଧ୍ୟରେ ୩ ଜଣ ମହାରଣା ଓ ୫ ଜଣ ଭୋଇ ସେବାୟତ ଥିଲେ । ଏମାନଙ୍କ ଭିତରେ କେହିବି ରଥ କାମରେ ନିୟୋଜିତ ହୋଇନାହାନ୍ତି । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ରଥ ନିର୍ମାଣ ନିମନ୍ତେ କେହି ବି କାରିଗର ନିୟୋଜିତ ହେଲେ ସେମାନଙ୍କୁ ଅଲଗା ରଖି ପ୍ରଥମେ ଆର୍‌ଟିପିସିଆର ପରୀକ୍ଷା କରାଯାଉଛି । ଯାଞ୍ଚ ପରେ ରିପୋର୍ଟ ହସ୍ତଗତ ହେବା ପରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ନେଗଟିଭ୍‌ ରିପୋର୍ଟ ଆସୁଥିବା କାରିଗରଙ୍କୁ କାମରେ ଲଗାଯାଉଛି । ପଜିଟିଭ୍‌ ଆସୁଥିବା କାରିଗରଙ୍କ ସ୍ୱାସ୍ଥ୍ୟକୁ ଲକ୍ଷ୍ୟରେ ରଖି ବିଭିନ୍ନ ସ୍ଥାନରେ ଚିକିତ୍ସା ବ୍ୟବସ୍ଥା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.