Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୮ କୋଭିଡ୍ ପଜିଟିଭ୍
  • ||
  • ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଶିଳ୍ପନଗରୀରୁ ଗାଁ ଗହଳି ସବୁଠି ଉତ୍ସାହ
  • ||
  • ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ : ବିଜେପି କରୁଛି ୨୦ ଦିନିଆ ସେବା ସମର୍ପଣ ଅଭିଯାନ
  • ||
  • ଆଉ ଏକ ଲଘୁଚାପ : ୧୮ରୁ ବଢିବ ବର୍ଷା, ଉତ୍ତରରେ ଛେଚିବ
  • ||
  • ଭାଙ୍ଗିଗଲା ଓଭରବ୍ରିଜ୍‌ର ବିରାଟ ଖଣ୍ଡ, ୧୩ ଶ୍ରମିକ ଗୁରୁତର
  • ||
  • ଶୌଚ ପାଇଁ ଗଲା ବେଳେ ମାଡିଗଲା ଅଜଣା ଗାଡି, ୨ ମହିଳା ମୃତ
  • ||
  • ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଚକ-ଅଖ ସବୁ ଠପ୍
  • ||

ଗଡଚିରୌଲୀରେ ପୋଲିସ-ନକ୍ସଲ ଗୁଳିବିନିମୟ, ୨ ଜବାନ ଶହିଦ, ୩ ଆହତ

17/05/2020 at 5:52 PM

ଭାମରାଗଡ ୧୭।୫: ମହାରାଷ୍ଟ୍ର ଗଡଚିରୌଲୀରେ ରବିବାର ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଫଳରେ ନକ୍ସଲଙ୍କ ଗୁଳିରେ ୨ ଜଣ ଜବାନ ଶହିଦ ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଆହତ ଜବାନମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୨ଶହିଦ ହେଉଛନ୍ତି ଏସଆଇ ଧନାଜୀ ହୋମଣେ ଓ ଜବାନ କିଶୋର ଆତ୍ରାମ ବୋଲି ସୂଚନା ମିଳିଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାମରାଗଡ ତହସିଲ ପୋରୟୋକୋଟି-କୋରପର୍ଶି ଜଙ୍ଗଲରେ ନକ୍ସଲ ଗତିବିଧି ସୂଚନା ମିଳିଥିଲା। ସେହି ଅନୁସାରେ କ୍ୟୁଆରଟିର  ସି-୬୦ ଟିମ ପାଟ୍ରୋଲିଂରେ ବାହାରି ଯାଇଥିଲେ। ପୋଲିସକୁ ଦେଖି ନକ୍ସଲ ଗୁଳି ଚଳାଇ ଖସି ପଳାଇବାକୁ ଉଦ୍ୟମ କରିଥିବା ବେଳେ କ୍ୟୁଆରଟି ଜବାବୀ କାର୍ଯ୍ୟାନୁଷ୍ଠାନ କରିଥିଲା। ଫଳରେ  ନକ୍ସଲଙ୍କ ସହ ପୋଲିସର ଗୁଳିବିନିମୟ ହେବାରୁ ଜଣେ ଅଫିସର ଓ ଜଣେ ଜବାନ ଶହିଦ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେପଟେ କ୍ୟୁଆରଟି କାର୍ଯ୍ୟାନୁଷ୍ଠାନରେ ଜଣେ ମହିଳା ନକ୍ୱଲଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ପ୍ରାୟ ୧ଘଣ୍ଟା କାଳ ଗୁଲିବିନିମୟ ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ନକ୍ସଲ ଚାଲିଯିବା ପରେ ଅ଼୍ଚଳର ତଲାସୀ ନିଆଯିବା ବେଳେ ଜଣେ ମହିଳା ନକ୍ସଲଙ୍କ ମୃତଦେହ ମିଳିଛି।  

   Related Posts