କୋର୍ଟ ପଠାଇଲେ ଜେଲ୍, କିନ୍ତୁ ଗେଟ୍ ପାଖରେ ଅଟକାଇଦେଲା କରୋନା, ୨୪ ଘଣ୍ଟା ହେଲାଣି ବାହାରେ ବସିଛନ୍ତି ବିଚାରାଧିନ ବନ୍ଦୀ

Published By : Prameya-News7 Bureau | August 29, 2020 IST

ବାଲେଶ୍ୱର, ୨୯|୦୮: ଗିରଫ ହେଲେ । କୋର୍ଟ ଚାଲାଣ ମଧ୍ୟ ହେଲେ । ଜାମିନ ନାମଞ୍ଜୁର ପରେ ଜେଲ୍ ହାଜତକୁ ପୁରାଇ ଦେଲେନି କର୍ତୃପକ୍ଷ । କାରଣ ଆଣ୍ଟିଜେନ୍ ଟେଷ୍ଟରେ ୨ ବିଚାରାଧିନ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ବାଲେଶ୍ୱର ଜେଲରେ ଏପରି ଘଟଣା ସାମ୍ନାକୁ ଆସିଛି ।

ସୂଚନାନୁସାରେ,   ବିଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅଞ୍ଚଳରେ ଏକ ପେଟ୍ରୋଲ୍ ପମ୍ପ ଡକାୟତି ମାମଲାରେ ପୋଲିସ ୬ଜଣଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା । ତେବେ ଗିରଫ ୨ ନାବାଳକଙ୍କୁ କୋର୍ଟ ଜାମିନ ଦେଇଥିବା ବେଳେ ୪ଜଣଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା । ସେମାନଙ୍କୁ ବାଲେଶ୍ୱର ଜିଲ୍ଲାଲ ଜେଲ୍ ହାଜତକୁ ପଠାଯାଇଥିଲା । ଜେଲ କର୍ତୃପକ୍ଷ ସେମାନଙ୍କ କରୋନା ଆଣ୍ଟିଜେନ୍ ଟେଷ୍ଟ କରିଥିଲେ । ସେଥିମଧ୍ୟରୁ ୨ ଜଣଙ୍କର ପଜିଟିଭ୍ ବାହାରିଥିଲା ।

 ପଜିଟିଭ୍ ବାହାରିବା ପରେ ୨ ଜଣଙ୍କୁ ଜେଲ୍ କର୍ତ୍ତୃପକ୍ଷ ଜେଲ୍ ଭିତରକୁ ପୁରାଇ ଦେଇନଥିଲେ । ଶୁକ୍ରବାର ସନ୍ଧ୍ୟାଠାରୁ ସେମାନେ ବସି ରହିଛନ୍ତି । ପୋଲିସ ସେମାନଙ୍କୁ ଜଗି ରହିଛି । ୨୮ ଘଣ୍ଟା ହେଲେ ଜେଲ୍ ଫାଟକରେ ବସି ରହିଛନ୍ତି । ଜେଲ୍ ଗେଟ୍ ଭିତରୁ ପ୍ରବେଶ ଅନୁମତି ନଥିବା ସହ  ପାଲିସ ସେମାନଙ୍କୁ ଫେରାଉନାହିଁ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.