Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ବାହାଦୁରି ଦେଖାଇଥିଲେ ବଦଳି ହେଲେ : ମାସ୍କ ପାଇଁ ଯୁବକଙ୍କୁ ମାଡ ମାରିଥିବା ପାଣ୍ଡି ଅଧିକାରୀ ଓ ହାବିଲଦାରଙ୍କ ଉପରେ ଏସ୍‌ପିଙ୍କ ଆକ୍ସନ

13/04/2021 at 2:31 PM

ଭଦ୍ରକ,୧୩/୦୪: ମାସ୍କ ପାଇଁ ଯୁବକଙ୍କୁ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ । ବଦଳିଲେ ୨ ପୋଲିସ କର୍ମଚାରୀ । ଦୁଇ ପୋଲିସ କର୍ମଚାରୀ ହେଲେ ଫାଣ୍ଡି ଅଧିକାରୀ ଏଏସଆଇ ପ୍ରଦୀପ ନାୟକ ଓ ହାବିଲଦାର ରମେଶ ମଲ୍ଲିକ ।

ଉଭୟଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଧାମନଗର ଏସଡ଼ିପିଓ ଅଶୋକ ଦାସଙ୍କ ରିପୋର୍ଟ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି  ଏହାସହ ଅଧିକ ତଦନ୍ତ ପାଇଁ ଭଦ୍ରକ ଅତିରିକ୍ତ ଏସପି ଯତୀନ ପଣ୍ଡାଙ୍କୁ ଏସପି ଦାୟିତ୍ୱ ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଦୁଇ ଜଣ ଯୁବକ ଆରଡି ପୀଠର ବାବା ଆଖଣ୍ଡଳମଣୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ବେଳେ ମାସ୍କ ପିନ୍ଧିନଥିବା ଅଭିଯୋଗରେ ପୋଲିସ ତାଙ୍କୁ  ଫାଣ୍ଡିରେ ଅଟକ ରଖିଥିଲା । ଯୁବକଙ୍କ ଭୁଲ୍ ଏତିକି ଯେ, ଫାଣ୍ଡି ମଧ୍ୟରେ ଯୁକ୍ତିତର୍କ ଭିତରେ ମୋବାଇଲ୍ ବାହାର କରି ଫଟୋ ଉତ୍ତୋଳନ କରିବା ପାଇଁ ଚେଷ୍ଟା କରୁଥିଲେ।  ହଠାତ୍ ୫ରୁ ୬ଜଣ ପୋଲିସ ଅଧିକାରୀ ତାଙ୍କ ଉପରକୁ ଆକ୍ରମଣ କରି ମୋବାଇଲ୍ ଛଡାଇବା ସହ ତଳେ ପକାଇ ମାଡ ମାରିଥିଲେ। ଖାଲି ଏତିକି ନୁହେଁ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ଲଗାଇ ତାଙ୍କୁ ଗିରଫ କରିଥିଲା ପୋଲିସ ।  

ତେବେ ବଡ କଥା ହେଲା ନିଜେ ପୋଲିସ ବାବୁ ନାକ ଓ ପାଟି ତଳକୁ ମାସ୍କ ଖସାଇ ପିନ୍ଧିଥିବା ବେଳେ ଫାଣ୍ଡି  ଅଧିକାରୀ କେବଳ ଗାମୁଛା ଏବଂ ଗଞ୍ଜି ପିନ୍ଧି ଆକ୍ରମଣ କରିଥିବା ଏହି ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଥିଲା ।

   Related Posts