Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !
  • ||
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||
  • ଥରିଲା ପାକିସ୍ତାନ, ୪.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୬ ଜଣଙ୍କ ଜୀବନ
  • ||
  • ହ୍ରାସ ପରେ ପୁଣି ବଢିଲା ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୫୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ପୋଲିସ ପୋଲିସ ହାତାହାତି ; ୨ ଆହତ, ଥାନାରେ ମାମଲା

6/08/2018 at 6:24 AM

ପୁଣି ଖାକିରେ ଲାଗିଲା ଦାଗ। ପୋଲିସ ବିଭାଗର କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ୨ ଆହତ ହୋଇଛନ୍ତି | ମାମଲା ଯାଇଛି ଥାନାକୁ । ଘଟଣା ଘଟିଛି ବାରିପଦା ଲକ୍ଷ୍ମୀପୋଷି ସ୍ଥିତ ୫ମ ବାଟାଲିୟନ କ୍ୟାମ୍ପରେ।
ଏହି କ୍ୟାମ୍ପରେ କାଳୀଚରଣ କିସ୍କୁ ନାମକ ଜଣେ କନେଷ୍ଟବଳଙ୍କ ଡ୍ୟୁଟି କୁ ନେଇ ୨ ଜଣଙ୍କ ମଧ୍ୟରେ ଏଭଳି ଗଣ୍ଡଗୋଳ ଘଟିଥିବା ଅଭିଯୋଗ ହୋଇଛି। ଘଟଣା ଅନୁସାରେ ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୬ ଟା ସମୟରେ ଡ୍ୟୁଟି କୁ ନେଇ ସିପାହୀ କାଳିଚରଣ କିସ୍କୁ ଓ ହାବିଲଦାର ମେଜର ଡିବି ଭାତ୍ରିଆଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ପରେ ସିପାହୀ କାଳିଚରଣ ନିଜ ସହଯୋଗୀଙ୍କ ସହ ମିଶି ହାବିଲାଦାରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ହାବିଲଦାର ମେଜର।
ତେବେ ସିପାହୀ କାଳିଚରଣମଧ୍ୟ ଚାହା ପିଇବାକୁ ଯାଇଥିବା ବେଳେ ତାଙ୍କୁ ହାବିଲଦାର ମେଜରଙ୍କ ସମେତ ଅନ୍ୟ ଅଧିକାରୀ ମାନେ ମିଶି ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି | ଏ ନେଇ ସିପାହୀ ଜଣକ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ହାବିଲଦାର ମେଜର ଡିପି ଭାତ୍ରିଆଙ୍କ ଲିଖିତ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ତଦନ୍ତ ପରେ ଜରୁରୀ ହେଲେ ସିପାହୀ ଙ୍କ ଏତଲା ଗ୍ରହଣ କରାଯିବ ବୋଲି କହିଛନ୍ତି ବାରିପଦା ସଦର ଏସ୍ଡିପିଓ।

   Related Posts