ଏବେ କୋଭିଡ୍-୧୯ କବଳରେ କରୋନା ଯୋଦ୍ଧା, ଗୋଟିଏ ଦିନରେ ୨ ପୋଲିସ କର୍ମୀଙ୍କ ଗଲା ଜୀବନ

Published By : Prameya-News7 Bureau | May 31, 2020 IST

ନୂଆଦିଲ୍ଲୀ, ୩୧|୦୫: ମହାରାଷ୍ଟ୍ର ପରେ ଦିଲ୍ଲୀ ପୋଲିସ କର୍ମୀ ଓ ଯବାନମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ରବିବାରରେ ୨ଜଣ ପୋଲିସ କର୍ମୀ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ସୁଲତାନପୁରୀ ଥାନାରେ କାର୍ଯ୍ୟରତ୍ତ ଏଏସଆଇ ବିକ୍ରମ କରୋନାରେ ପ୍ରାଣ ହରାଇଛନ୍ତି । ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଆର୍ମୀ ବେସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହାପୂର୍ବରୁ ରବିବାର ସକାଲେ ଜଣେ ଏଏସଆଇ କରୋନା ଭାଇରସ୍ ଦ୍ୱାରା ଜୀବନ ହାରିଥିଲେ । ଏହାକୁ ମିଶାଇ ଦିଲ୍ଲୀର ପୋଲିସର ଏବେସୁଦ୍ଧା ୩ଜଣ ଅଫିସରଙ୍କ ଜୀବନ କରୋନା ନେଲାଣି ।

wp:html /wp:html

ରବିବାର ୫୪ ବର୍ଷର ଏଏସଆଇ ବିକ୍ରମ ସୁଲତାନପୁରୀ ଥାନାରେ କାର୍ଯ୍ୟରତ ଥିଲେ । ସ୍ୱାସ୍ଥ୍ୟ ଖରାପ ହେବା ପରେ ତାଙ୍କୁ ମେ ୨୮ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର କରୋନା ଟେଷ୍ଟ୍ କରାଯାଇଥିଲା । ମେ ୨୯ରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ସେ ମୋଟରସାଇକେଲ୍ ପେଟ୍ରୋଲିଂ କରୁଥିଲେ ।

ସେହିପରି ଆଜି ସକାଳେ ଏଏସଆଇ ଶୋଷମଣି ପାଣ୍ଡେୟ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ସେ ଫିଙ୍ଗର୍ ପ୍ରିଣ୍ଟ୍ ଏକ୍ସପର୍ଟ୍ ଥିଲେ । ମେ ୨୬ରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆର୍ମୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.