Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଗିରଫ ହେଲେ ୨ ହାର୍ଡକୋର୍ ପିଏଲଏଫଆଇ ସଦସ୍ୟ, ଟଙ୍କା ଓ ବନ୍ଧୁକ ଜବତ

18/09/2020 at 4:05 PM

ସୁନ୍ଦରଗଡ, ୧୮|୦୯ :  ପୋଲିସ ଜାଲରେ ପିଏଲଏଫଆଇର  ୨ ହାର୍ଡକୋର୍ ସଦସ୍ୟ । ପିଏଲଏଫଆଇ ବାଦସାହ ଗ୍ରୁପର ଏହି ୨ ଜଣ ସଦସ୍ୟ ଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ କାରବାଇନ, ୭ଟି ଦେଶୀ ସିଙ୍ଗିଲ୍ ସଟ୍ ବନ୍ଧୁକ, ଗୋଟିଏ ଡବଲ୍ ସଟ୍ ଦେଶୀ ବନ୍ଧୁକ ଓ ୨ ଟି ଜୀବନ୍ତ ଗୁଳି ଜବତ ହୋଇଛି ।

ଏହାସହ ସେମାନଙ୍କଠୁ ୪ ଲକ୍ଷ ୮୭ ହଜାର ନଗଦ ଟଙ୍କା ଜବତ କରାଯାଇଛି ।  ରାଇବଗା ଓ ବୀରମିତ୍ରପୁର ଥାନାରେ ଉଭୟଙ୍କ ନାରେ ଥିଲା ୭ଟି ମାମଲା । ହତ୍ୟା, ଡକାୟତି, ଗୋ ଚାଲାଣ ତଥା ଅନ୍ୟାନ୍ୟ ଗୁରୁତର ମାମଲାରେ ସଂଶ୍ଲିଷ୍ଟ ଏହି ଦୁଇ ସଦସ୍ୟ ହେଲେ ରାଜୁ କିଣ୍ଡୋ ଏବଂ ତାର ସହଯୋଗୀ । ପୋଲିସ ଅନେକ ଦିନ ଧରିସେମାନଙ୍କୁ ସନ୍ଧାନ କରୁଥିଲା ।

ରାଜୁ କିଣ୍ଡୋ ରାଇବଗା ଥାନା କାଦୋବାହାଲ ଗାଁରେ ଲୁଚି ରହିଥିବା ଖବର ପାଇ ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଚଢ଼ଉ କରିଥିଲା । ପୋଲିସକୁ ହଠାତ ଦେଖି ରାଜୁ କିଣ୍ଡୋ ରାଇବଗା ଏଏସଆଇ ସୁନ୍ଦରମଣି ନାଏକଙ୍କ ଉପରେ ଗୁଳି ଚଳାଇଥିଲେ । ପୋଲିସ ପକ୍ଷରୁ କୌଣସି ପାଲଟା ଗୁଳି ଚାଳନା ହୋଇନଥିଲେ ମଧ୍ୟ ଡିଭିଏଫ୍ ଟିମର ୨ ଜଣ ରାଜୁକୁ ମାଡିବସି କାବୁ କରିବାରେ ସକ୍ଷମ ହୋଇଥିଲେ ।  ରାଜୁ  କିଣ୍ଡୋଠାରୁ ସୂଚନା ପାଇ ତାର ସହଯୋଗୀ ସନମୁନୁ ସାହୁକୁ ମଧ୍ୟ ଗିରଫ କରାଯାଇଥିଲା ।

ଉଭୟଙ୍କ ଠାରୁ ଗୋଟିଏ ଲେଖା ଦେଶୀ ବନ୍ଧୁକ ଓ ୪ ଲକ୍ଷ ୮୧ ହଜାର ଟଙ୍କା ଜବତ କରାଯାଇଛି । ଏହାସହ ମାଟି ତଳେ ରଖାଯାଇଥିବା ଏକ ପ୍ୟାକେଟରୁ ଗୋଟିଏ କାରବାଇନ, ୫ ଟି ସିଙ୍ଗିଲ୍ ସଟ୍ ଦେଶୀ ବନ୍ଧୁକ ଗୋଟିଏ ବଡଲ୍ ସଟ୍ ଦେଶୀ ବନ୍ଧୁକ ଜବତ କରାଯାଇଥିଲା । ଏନେଇ ସୁନ୍ଦରଗଡ଼ ଏସପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ।

   Related Posts